ମୁମ୍ବାଇ ; ତା-୦୫/୦୩ ( ବିଏମସି ଟିଭି ଓଡ଼ିଆ)
ଆଇସିସି ଟି-୨୦ ବିଶ୍ୱକପରେ ୨୦୨୬ ଫାଇନାଲ ମ୍ୟାଚରେ ପ୍ରବେଶ କଲା ଭାରତୀୟ କ୍ରିକେଟ ଦଳ। ଇଂଲଣ୍ଡକୁ ୭ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଦଳ। ଦଳ ଆଗାମୀ ୮ତାରିଖରେ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ।

ଆଜି ମୁମ୍ବଇ ୱାଙ୍ଖଡେ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ଵିତୀୟ ସେମି ଫାଇନାଲ ମ୍ୟାଚ ଖେଳାଯାଇଥିଲା। ଆଜିର ମ୍ୟାଚରେ ଭାରତ ଇଂଲଣ୍ଡକୁ ୭ରନରେ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଛି। ମ୍ୟାଚ ଆରମ୍ଭରୁ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି କରିଥିଲା। ପ୍ରଥମ ଇନିଂସରେ ଭାରତ ବ୍ୟାଟିଂ କରି ସମସ୍ତ ବଲ ଖେଳି ୭ଓ୍ବିକେଟ ହରାଇ ୨୫୩ ରନ ସଂଗ୍ରହ କରିଥିଲା। ପୂର୍ବ ମ୍ୟାଚ ଭଳି ଏ ମ୍ୟାଚରେ ମଧ୍ୟ ସଞ୍ଜୁ ସାମସନ ୭ଟି ଛକା ଓ ୮ଟି ଚୌକା ସହ ସର୍ବାଧିକ ୮୯ରନ ସଂଗ୍ରହ କରିଛନ୍ତି। ସେହିଭଳି ଶିବମ ଦୁବେ ମଧ୍ୟ ୪ଟି ଛକା ଓ ଗୋଟିଏ ଚୌକା ସହ ୪୩ ରନ ସଂଗ୍ରହ କରିଛନ୍ତି। ଜବାବରେ ଇଂଲଣ୍ଡ ସମସ୍ତ ବଲ ଖେଳି ୭ଓ୍ବିକେଟ ହରାଇ ୨୪୬ ରନ ସଂଗ୍ରହ କରିଥିଲା। ଇଂଲଣ୍ଡ ପକ୍ଷରୁ ଜ୍ୟାକବ ବେଥେଲ ୭ଟି ଛକା ଓ ୮ଟି ଚୌକା ସହ ସର୍ବାଧିକ ୧୦୫ରନ ସଂଗ୍ରହ କରିଛନ୍ତି। ଭାରତୀୟ ବୋଲର ହାର୍ଦିକ ପାଣ୍ଡ୍ୟା ୨ଟି ଓ୍ବିକେଟ ସଂଗ୍ରହ କରିଛନ୍ତି। ସେହିପରି ଅର୍ଶଦ୍ୱୀପ ସିଂ, ଯଶପ୍ରୀତ ବୁମରା, ବରୁଣ ଚକ୍ରବର୍ତୀ, ଅକ୍ସର ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟ ସଂଗ୍ରହ କରିଛନ୍ତି।

ବିଏମସି ନ୍ୟୁଜ୍ ଓଡି଼ଶା।


