ବନ୍ଧୁଗାଁ ; ତା-୨୯/୦୩ ( ବିଏମସି ଟିଭି ଓଡ଼ିଆ)
ମାର୍ଚ୍ଚ ୨୯ ତାରିଖ ଅର୍ଥାତ୍ ଆଜିର ଦିନରେ ଆମ ଓଡିଶାର ବୀର କ୍ଷେତ୍ରୀୟ ଭାବରେ ଓଡିଶା ମାଟି ପାଇଁ ଲଢେ଼ଇ କରି ଓଡ଼ିଶା ରାଜ୍ୟକୁ ଓଡ଼ିଆ ଲୋକଙ୍କ ସ୍ମୃତି ଓ ଅବିଳାସକୁ ପରିପୂର୍ଣ୍ଣ ଭାବରେ ଓଡ଼ିଆଙ୍କ ସ୍ୱାର୍ଥ ପାଇଁ ଓଡିଶା ରାଜ୍ୟରେ ନାମିତ କରିବା ପାଇଁ ନିଜର ଜୀବନକୁ ତ୍ୟାଗ କରିଦେଇଥିଲେ ।

ତାଙ୍କର ଜୀବନକୁ ଓଡ଼ିଆଙ୍କ ଗୌରବ ପାଇଁ ନିଜର ଜୀବନକୁ ବଳିଦାନ ଦେଇଥିବା ଯୋଗୁଁ ଆଜି ସାରା ଓଡିଶାରେ ଏହି ମହାନ ବ୍ୟକ୍ତି ଲକ୍ଷ୍ମଣ ନାୟକଙ୍କ ଫାସୀ ଦିବସ ପାଳନ କରିଥିବା ବେଳେ ସେଥିରୁ ବାଦ ପଡିନାହିଁ କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ ଠାରେ ମଧ୍ୟ ଅମର ସହିଦ ଲକ୍ଷ୍ମଣ ନାୟକଙ୍କ ୮୩ ତମ ଫାଶୀ ଦିବସ ଭାବରେ ଆଜି ବନ୍ଧୁଗାଁ ବ୍ଲକର ଆଦିବାସି ଚାଷୀ ମୁଲିଆ ସଙ୍ଘ ତରଫରୁ ତାଙ୍କ ଅମର ଆତ୍ମା ର ଶାନ୍ତି ସକାଶେ ବ୍ଲକର ଅନେକ ଗ୍ରାମରୁ ଏକତ୍ରିତ ହୋଇ ସାନ ସରପଲି ଛକ ଠାରେ ରହିଥିବା ଲକ୍ଷ୍ମଣ ନାୟକଙ୍କ ବିଗ୍ରହ ଚିତ୍ର ରେ ପୁଷ୍ପ ମାଲ୍ୟ ଦେଇ ତାଙ୍କ ନାଁରେ ସ୍ଲୋଗାଁନ ସହ ତାଙ୍କର ଜୀବନ ବାଣି ଉପରେ ଆଧାରୀତ କରି କିଛି ବିଷୟକୁ ନେଇ ଲୋକଙ୍କ ସାମନ୍ନାରେ ଭାଷଣ କହି ଲୋକଙ୍କୁ ବୁଝେଇଥିଲେ ।

ଏଥିସହ ଏହି ପରିପ୍ରେକ୍ଷୀରେ ବନ୍ଧୁଗାଁ ଠାରେ ସହିଦ ଲକ୍ଷ୍ମଣ ନାୟକଙ୍କ ସ୍ମୃତିରେ ଏକ ସଭା ଓ ସମାବେଶ ସହିଦ ଲକ୍ଷ୍ମଣ ନାୟକ ସ୍ମୃତି କମିଟି ଏବଂ ଚାଷୀ ମୂଲିଆ ସଂଘ ,ଓଡ଼ିଶା କୋରାପୁଟ କମିଟି ତରଫରୁ ଆୟୋଜନ ହୋଇଥିବା ସଙ୍ଗେ ସାନ ସରପୋଲି ଛକ ଠାରୁ ଆରମ୍ଭ ବଜା ନାଚ ଗୀତର ଢେମସାର ତାଳେ ତାଳେ ଯାଇ ନିକଟ ତହସିଲ କାର୍ଯ୍ୟାଳୟ ସାମ୍ନା ପଡିଆ ଠାରେ ଆୟୋଜନ କୋରାଯାଇଥିବା ଶୋଭା ପେଣ୍ଡେଲକୁ ପହଁଞ୍ଚିଥିଲେ । ଏଥିରେ ଏ ଆଇ ଏମ କେ ଏସ ରାଜ୍ୟ ସୋମ୍ଫାଦକ ଶ୍ରୀକାନ୍ତ ଜେନା, କୋରାପୁଟ ଜିଲ୍ଲା ଚାଷୀ ମୁଲିଆ ସଭାନେତ୍ରୀ କଣ୍ଡାଗରି ପାଇଡଆମା, ବନ୍ଧୁଗାଁ ବ୍ଲକ ସଭାନେତ୍ରୀ ପିଡ଼ିକା ସୁରିଆମା, ଗଞ୍ଜାମ ଜିଲ୍ଲାର ଏଆଇଏମକେଏସ ସଭାପତି ନିରାକାର ନାୟକ, ଆନ୍ଦ୍ର ପ୍ରଦେଶ ର ରାୟିତ କୁଲି ସଙ୍ଘ ସଭାପତି ଏମ. ଭାସ୍କୋର ରାଓ, ଓ ଏନ. ଶ୍ରୀନୁ ନାଇଡ଼ୁ ଓ ବନ୍ଧୁଗାଁ ଅଞ୍ଚଳର ଆଦାନା କାଡ୍ରାକା,ଶ୍ରୀନୁ ମାଣ୍ଡିଙ୍ଗ, ସୀତାନା ହିମିରିକା,ସୁବାରାଓ କେଣ୍ଡରୁକା,ଓ ବନ୍ଧୁଗାଁ ପଞ୍ଚାୟତ ର ସୋରପଞ୍ଚ ଲୋଷ୍ମୀ କାଡ୍ରାକା, ମାଲି କେଣ୍ଡରୁକା ଓ କଣ ଅନୁକୋଣରୁ ଆସି ବୋହୁ ସଂଖ୍ୟାରେ ଯୋଗଦେଇ ଆଜିର ଏହି ୮୩ ତମ ଫାସୀ ଦିବସକୁ ପାଳନ କରିଥିବା ବେଳେ ବନ୍ଧୁଗାଁ ଥାନା ଷ୍ଟାଫ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।

କୋରାପୁଟ ଜିଲ୍ଲା ବନ୍ଧୁଗାଁ ରୁ ମାଲି କେଣ୍ଡରୁକା ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।



