ଅନୁଗୁଳ ;ତା-୨୧/୦୪(ବିଏମସି ଟିଭି ଓଡ଼ିଆ)
ଝାରସୁଗୁଡା ଜିଲ୍ଲାର ଲଇକେରା ବ୍ଲକ ଅଧୀନ ନୂଆଗାଁ ଗ୍ରାମରେ ଆଜି ଅକ୍ଷୟ ତୃତୀୟା ଅବସରରେ ସେୱା ଅନୁଷ୍ଠାନ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହା ଆଜିମ ପ୍ରେମଜି ଫାଉଣ୍ଡେସନଙ୍କ ଆନୁକୂଳ୍ୟରେ ପରିଚାଳିତ ଆଗାମୀ ଚାଷୀପିଢ଼ିଙ୍କ ସଶକ୍ତିକରଣ ପ୍ରକଳ୍ପ (ENGF) ଅନ୍ତର୍ଗତ ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମରେ ସେୱା ଅନୁଷ୍ଠାନର ସେକ୍ରେଟାରୀ ଶ୍ରୀ ସୁଶିଲ କୁମାର ଦାଶ, PMO ମିସ୍ ସୁଶ୍ରୀ ସଙ୍ଗୀତା ଦାଶ, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ତୁଳାବତୀ ମିଞ୍ଜ ଓ ଶ୍ରୀମତୀ ସୀତା ନାଏକ ସହ ନୂଆଗାଁ ଗ୍ରାମର ଅନେକ ଚାଷୀ ଭାଇ ଓ ଭଉଣୀମାନେ ଯୋଗଦେଇଥିଲେ।ଏହି ଅବସରରେ ପାରମ୍ପରିକ ରୀତିରେ ମାଟି ମାଆଙ୍କୁ ପୂଜା କରାଯାଇ “ଅଖି ମୁଠି ଅନୁକୂଳ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉତ୍ସବଟି ଧୁମଧାମରେ ପାଳନ କରାଯାଇଥିବା ବେଳେ ଚାଷୀମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖାଯାଇଥିଲା।ଏହା ସହିତ ସେୱା ଅନୁଷ୍ଠାନର ମୂଳ ଲକ୍ଷ୍ୟ ବିଷମୁକ୍ତ ଚାଷ, ଋଣମୁକ୍ତ ଚାଷୀ ଓ ରୋଗମୁକ୍ତ ସମାଜ ଉପରେ ସଚେତନତା ଓ ଆଲୋଚନା କରାଯାଇଥିଲା।

ଅନୁଗୁଳ ରୁ ଦିପକ କୁମାର ସାହୁ ଙ୍କ ରିପୋର୍ଟ ବିଏମସି ନ୍ଯୁଜ୍ ଓଡ଼ିଶା।


