ଭୁବନେଶ୍ୱର ; ତା-୨୧/୦୪ ( ବିଏମସି ଟିଭି ଓଡ଼ିଆ )
ବରମପୁର, ପି.ଡବ୍ଲିଉ.ଡି. ଆଇବି ଠାରେ ସାମ୍ବାଦିକମାନଙ୍କ ସୁରକ୍ଷା ଆଇନ, ପେନସନ ସହିତ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ପାଇବା ହକ୍କୁ ସୁନିଶ୍ଚିତ କରିବା ଦାବିରେ ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡିଶା ଇଉନିଅନ ୱାର୍କିଙ୍ଗ ଜର୍ନାଲିଷ୍ଟସ୍ (ଓ.ଇଉ.ଡବ୍ଲିଉ.ଜେ.) ର ଅଧ୍ୟକ୍ଷ ପୀତବାସ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବିଭିନ୍ନ ଅଞ୍ଚଳରୁ ସାମ୍ବାଦିକମାନେ ଯୋଗଦେଇ ନିଜ ମତ ପ୍ରକାଶ କରିଥିଲେ।

ବିଶେଷ କରି ପୁରୀ ଜିଲ୍ଲାରୁ ସର୍ବାଧିକ ୨୫ ଜଣରୁ ଅଧିକ ସାମ୍ବାଦିକ ଏହି ବୈଠକରେ ଯୋଗଦେଇଥିବା ଜଣାପଡ଼ିଛି। ସଭାରେ ସାମ୍ବାଦିକମାନଙ୍କ ପାଇଁ ସୁରକ୍ଷା ଆଇନ ପ୍ରଣୟନ, ବୃଦ୍ଧାବସ୍ଥାରେ ପେନସନ ବ୍ୟବସ୍ଥା, ସ୍ୱାସ୍ଥ୍ୟ ବୀମା ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ ନେଇ ଜୋରଦାର ଆଲୋଚନା ହୋଇଥିଲା।

ଏହି ସଙ୍ଘର ପୁରୀ ଜିଲ୍ଲା ସେକ୍ରେଟାରୀ ଜୟକୃଷ୍ଣ ଦାସଙ୍କ ସାଙ୍ଘଟନିକ ଦକ୍ଷତା ଓ ସକ୍ରିୟ ଭୂମିକାକୁ ସଭାରେ ବିଶେଷ ଭାବରେ ପ୍ରଶଂସା କରାଯାଇଥିଲା। ଶେଷରେ ସରକାରଙ୍କ ନଜରକୁ ଏହି ଦାବିମାନଙ୍କୁ ଆଣିବା ପାଇଁ ସଂଯୁକ୍ତ ଭାବେ ପଦକ୍ଷେପ ନେବାକୁ ସମ୍ମତି ପ୍ରକାଶ ପାଇଥିଲା ।

ଶେଷରେ ସରକାରଙ୍କ ନଜରକୁ ଏହି ଦାବିମାନଙ୍କୁ ଆଣିବା ପାଇଁ ସଂଯୁକ୍ତ ଭାବେ ପଦକ୍ଷେପ ନେବାକୁ ସମ୍ମତି ପ୍ରକାଶ ପାଇଥିଲା । ପରିଶେଷରେ ସମସ୍ତ ସଦସ୍ଯ ମାନେ ଜଗତଜନନୀ ମା’ତାରା ତାରିଣୀ ପୀଠ ଦର୍ଶନ କରି ସଂଘର ଉନ୍ନତି ତଥା ସାମ୍ବାଦିକ ବନ୍ଧୁମାନଙ୍କ ପାଇଁ ଆଶୀର୍ବାଦ ପ୍ରାର୍ଥନା କରିଥିଲେ।

ବିଏମସି ନ୍ଯୁଜ୍ ଓଡ଼ିଶା ।



