ପାଟଣା ; ତା-୦୭/୦୫ ( ବିଏମସି ଟିଭି ଓଡ଼ିଆ)
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସ୍ଥିତ ଡିଆନାଳି ଗ୍ରାମରେ କିଛି ଦିନ ପୂର୍ବର ଘଟଣା, ଗ୍ରାମର ଜିତୁ ମୁଣ୍ଡାଙ୍କର କଙ୍କାଳ ବୋହିବା ଘଟଣା ଦେଶରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଥିବା ବେଳେ ତାଙ୍କୁ କିଛି ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ସାହାଯ୍ୟର ହାତ ବଢାଇଥିଲେ।
ଏହି ପରିପ୍ରେକ୍ଷୀରେ କଟକ ସହରର ଏକ ଆଗ ଧାଡ଼ିର ସାମାଜିକ ସଂସ୍ଥା କଟକ ସେବା ଫାଉଣ୍ଡେସନ ଗତ କାଲି ଜିତୁ ମୁଣ୍ଡା ଭଉଣୀର କ୍ରିୟା ସମୟରେ ୧୦ ହଜ଼ାର ଆର୍ଥିକ ରାଶି ସହାୟତା କରିଛନ୍ତି। ଏହି ରାଶି ପାଇ ଜିତୁ ମୁଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ସାମାଜିକ ସଂଗଠନର ସଭାପତି ଘଟଣା ଜାଣିଲା ପରେ ଫାଉଣ୍ଡେସନର ସଦସ୍ୟ ମାନେ ନିଜ ଖର୍ଚ୍ଚରୁ କିଛି ଟଙ୍କା ଯୋଗାଡ଼ଥିଲେ ବୋଲି ସଭାପତି ଶ୍ରୀ ପାତ୍ର କହିଛନ୍ତି। ଫାଉଣ୍ଡେସନର ସଭାପତି ଶ୍ରୀ ପାତ୍ରଙ୍କ ସହ ସଦସ୍ୟ ପ୍ରତ୍ୟୁଷ ରାଉତ, ରାକେଶ କୁମାର ନାଥ, ଲୁଲୁ ପ୍ରସାଦ ସାହୁ, ସୌମେନ୍ଦ୍ର ପଣ୍ଡା, ସନ୍ତୋଷ ଗୋଛାୟତ, ସୁଶାନ୍ତ କୁମାର ସାହୁ, ବିଜୟ ସାମଲ, ସଦାଶିବ ପରିଡା, ରାଜେଶ କୁମାର ସାହୁ, ରମେଶ ଦାସ, ସୌମ୍ୟ ରଞ୍ଜନ ପ୍ରଧାନ, ରଞ୍ଜନ ସାହୁ ପ୍ରମୁଖ ଡିଆନାଳି ଗ୍ରାମକୁ ଯାଇ ଏହି ସହାୟତା ପ୍ରଦାନ କରିଛନ୍ତି।

ବିଏମସି ନ୍ଯୁଜ୍ ଓଡ଼ିଶା ।


