ରାସୋଳ/ହିନ୍ଦୋଳ/ଢେଙ୍କାନାଳ ; ତା-୦୮/୦୫ ( ବିଏମସି ଟିଭି ଓଡ଼ିଆ)
ଆଜି ଅପରାହ୍ନ ଚାରି ଘଟିକା ସମୟରେ ୟୂନିସେଫ ସହଭାଗିତା ରେ ରାସୋଳ ଥାନା ପରିସରରେ ଓଡ଼ିଶା ପୋଲିସ ତରଫରୁ କିଶୋର ଓ କିଶୋରୀ ମାନଙ୍କ ପାଇଁ ଏକ ସ୍ବତନ୍ତ୍ର ସଚେତନ ଧର୍ମୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ରାସୋଳ ଗ୍ରାମ ପଞ୍ଚାୟତ ର ବିଭିନ୍ନ ଓ୍ବାର୍ଡ ର ଅଙ୍ଗନବାଡି କର୍ମୀ ତଥା ସ୍କୁଲ କଲେଜ ର କିଶୋର ଓ କିଶୋରୀ ଛାତ୍ର ଛାତ୍ରୀ ଗଣ ଏହି କାର୍ଯ୍ୟକ୍ରମ ରେ ଯୋଗ ଦାନ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମ ରେ ରାସୋଳ ଥାନା ଭାର ପ୍ରାପ୍ତ ଅଧିକାରୀ ବିଶ୍ବ ରଞ୍ଜନ ମହାନ୍ତି ଏବଂ ସବ୍ ଇନ୍ସପେକ୍ଟର ଝରଣା ସ୍ବାଇଁ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ ଓ ଅଙ୍ଗନବାଡି କର୍ମୀ ମାନଙ୍କୁ ସ୍ବାଗତ କରିବା ସହିତ ସାଇବର କ୍ରାଇମ ରୁ କେମିତି ରକ୍ଷା ପାଇଁ ପାରିବେ ଭିଡିଓ ଗ୍ରାଫି ଜରିଆ ରେ ଦଶ ଗୋଟି ଭିଡିଓ କ୍ଲିପ୍ ପ୍ରଦର୍ଶନ କରି ସମସ୍ତଙ୍କୁ ବିଷଦ ଭାବରେ ବୁଝାଇବା ସହିତ ଥାନା ପ୍ରତି ଭୟ ଭାବ ନରଖି ବିନା ଦ୍ବିଧାରେ ନିଜର ସମସ୍ୟା ର ସମାଧାନ ପାଇଁ ଥାନା କର୍ମଚାରୀ ମାନଙ୍କ ସହିତ ଆଲୋଚନା ତଥା ଅଭିଯୋଗ କରିପାରିବେ।

ବିଶେଷ କରି ଛାତ୍ର ଛାତ୍ରୀ ମାନେ ସୋସିଆଲ ମେଡିଆ ମାଧ୍ୟମ ରେ ଶିକ୍ଷା ସଂପର୍କିତ ଜ୍ଞାନ ଆହରଣ କରିବା ବ୍ୟତୀତ ଯଥା ସମ୍ଭବ ନିଜକୁ ସୋସିଆଲ ମେଡିଆ ରୁ ଦୂରେଇ ରଖି ଅଜଣା ଅଚିହ୍ନା ସମ୍ପର୍କ ସ୍ଥାପନ ରୁ ଦୂରେଇ ରହିଲେ ବହୁ ମାତ୍ରାରେ ସୋସିଆଲ ମେଡିଆ ଜନିତ ଠକାମି ତଥା ମାନସିକ ଚାପ ରୁ ମୁକ୍ତି ପାଇ ପାରିବେ।

ତେବେ ନିଜେ ସଚେତନ ହେବା ସହିତ ଛାତ୍ରଛାତ୍ରୀମାନେ ସବୁ ସାଙ୍ଗସାଥି ମାନଙ୍କୁ ମଧ୍ୟ ସଚେତନ କରିବା ଗୁରୁ ଦାୟିତ୍ବ ବୋଲି କହିଥିଲେ। ସମସ୍ତ ଅଙ୍ଗନବାଡି କର୍ମୀ ମାନେ ମଧ୍ୟ ନିଜ ଅଞ୍ଚଳରେ କିଶୋର କିଶୋରୀ ମାନଙ୍କୁ ସଚେତନ କରିବା ପାଇଁ ଅନୁରୋଧ ରଖିଥିଲେ।

ପରିଶେଷରେ ଥାନା ଭାର ପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ମହାନ୍ତି କିଶୋର ଛାତ୍ର ଛାତ୍ରୀ ମାନଙ୍କୁ ଥାନା ଭିତରକୁ ସମସ୍ତ ଙ୍କୁ ସ୍ବାଗତ କରିଵା ସହିତ ଥାନା ରେ କେମିତି କାର୍ଯ୍ୟ ହୁଏ ବୁଝାଇଵା ସହିତ ସମସ୍ତଙ୍କ ସହିତ ସାମୁହିକ ଫଟୋ ଉତ୍ତୋଳନ କରି ଧନ୍ୟବାଦ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ ର ପରିସମାପ୍ତି ଘୋଷଣା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମ ରେ ରାସୋଳ ଥାନା ର କର୍ମଚାରୀ ଏ ଏସ୍ ଆଇ ପ୍ରଭାତ ରାଉତ୍ଙ୍କ ସମେତ କଳ୍ପନା ବିଶ୍ବାଳ,ଦୁଷ୍ମନ୍ତ ଦେହୁରୀ, ରାଜେଶ ସ୍ବାଇଁ,ସାଧୁ ଘଗରାଇ,ଗଗନ ସିଂ,ତପନ ନାୟକ, ସୂର୍ଯ୍ୟ ଖିଲାର, କାହ୍ନୁ ସାମଲ ତଥା ୧୦୮ ଆମ୍ବୁଲାନ୍ସ ସେବା ର କର୍ମଚାରୀ ପ୍ରଶାନ୍ତ ସାମଲ,ତପନ ସାମଲ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ।

ତେଵେ ଆଜିର ଦିନରେ ହିନ୍ଦୋଳ ବ୍ଳକ୍ ର ରାସୋଳ ସମେତ ହିନ୍ଦୋଳ,ବାଲମି ଥାନା ରେ ମଧ୍ୟ ଏତାଦୃଶ ସଚେତନ ଧର୍ମୀ କାର୍ଯକ୍ରମ ନିହାତି କିଶୋର ଓ କିଶୋରୀ ଛାତ୍ର ଛାତ୍ରୀ ମାନଙ୍କ ଜୀଵନ କୁ ସରଳ ଓ ସାବଲୀଳ କରିବା ଦିଗରେ ଏକ ଉତ୍ତମ ପଦକ୍ଷେପ ବୋଲି ବିବେଚନା କରାଯିଵା ସହିତ ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି କହିପାରିବା।

ରାସୋଳ ରୁ ବିଭୁ ପ୍ରସାଦ ଶତପଥୀ ଙ୍କ ରିପୋର୍ଟ ବିଏମସି ନ୍ଯୁଜ୍ ଓଡ଼ିଶା ।



