ଅନୁଗୋଳ ; ତା-୦୯/୦୫ ( ବିଏମସି ଟିଭି ଓଡ଼ିଆ)
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଅନ୍ତର୍ଗତ TPCODL ଟାଟା ପାୱର ବଇଣ୍ଡା ବିତ୍ୟୁତ୍ ଅଫିସ ବାହାରେ ଛଟେଇ ହୋଇଥିବା ଓ ଅନ୍ୟ କର୍ମ ଚାରି ମାନଙ୍କୁ ନେଇ ଏକ ଆନ୍ଦୋଳନ କରିଥିଲେ । ଯାହାକି ଠିକା ସଂସ୍ଥା ଅଧୀନରେ ପ୍ରାୟ ୬ ବର୍ଷ ଧରି ବିଦ୍ୟୁତ୍ ବିଭାଗର କାମ କରି ଆସୁଛନ୍ତି । କିନ୍ତୁ ସେମାନଙ୍କୁ କୌଣସି ସୂଚନା ନ ଦେଇ ଚାକିରି ବାହାର କରି ଦେବା କେତେ ଦୁର ଠିକ୍ ପରବର୍ତ୍ତୀ ସମୟରେ ସେମାନଙ୍କ ଭବିଷ୍ୟତ କଣ ଆଗକୁ ହେବ ବାକି ରହିଲା ଦେଖିବାକୁ । ଅଭିଯୋଗ କାରୀ ମାନଙ୍କ କହିବା ଅନୁଯାୟୀ ସର୍ଵ ମୋଟ୍ ୧୦ ଜଣଙ୍କୁ ବାହାର କରି ଦିଆଯାଇଛି।

ପ୍ରାୟ ୬ବର୍ଷ ଧରି ବିଦ୍ୟୁତ୍ ବିଭାଗର ଠିକା ସଂସ୍ଥା ଅଧୀନରେ କାମ କରି ଆସୁଥିଲେ । ଆଠମଲ୍ଲିକ,ବାମୂର୍, ବଇଣ୍ଡା ଅଧିନରେ ୧୦ଜଣ ବିଦ୍ୟୁତ୍ ବିଭାଗ ର କର୍ମ ଚାରି ଙ୍କୁ ବାହାର କରି ଦିଆଯାଇଛି ।
ବିଦ୍ୟୁତ୍ ବିଭାଗର SDO ଙ୍କୁ ପଚାରିବାରୁ ସେ କୌଣସି ସୂଚନା ଦେଇ ନ ଥିଲେ । ତାଙ୍କ କହିବା ଅନୁଯାୟୀ ମୋ ପାଖରେ କୌଣସି ସୂଚନା ନାହିଁ ସୂଚନା ଆସିଲେ ଜଣାଇବେ ।

ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକ ରୁ ଦିପକ କୁମାର ସାହୁ ଙ୍କ ରିପୋର୍ଟ ବିଏମସି ନ୍ଯୁଜ୍ ଓଡ଼ିଶା ।


