ବରଗଡ଼ ; ତା-୨୯/୧୧ (ବିଏମସି ଟିଭି ଓଡ଼ିଆ)
୨୨ତମ ବରଗଡ଼ ପୁସ୍ତକ ମେଳା ଅବସର ରେ ନିଷ୍ଠା ପରିବାର ଓ ଗାନ୍ଧୀ ସ୍ମୃତି ପାଠାଗାର ବରଗଡ଼ ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଜର୍ଜ ହାଇସ୍କୁଲ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ବରେଣ୍ୟ ଅତିଥି ଭାବରେ ଗାନ୍ଧୀ ସ୍ମୃତି ପାଠାଗାର ର ସଭାପତି ଅରୁଣ କୁମାର ମହାନ୍ତି ଓ ସ୍ବର୍ଗତ ମନ ମାଷ୍ଟ୍ରେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିବା ସହ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ସମ୍ମାନୀତ ଅତିଥି ଭାବରେ ମିଟ କମ୍ପ୍ୟୁଟର ର ଚେୟାରମ୍ୟାନ ସରୋଜ ମାଝୀ ଯୋଗ ଦେଇଥିଲେ। ପୁସ୍ତକ ମେଳା କୁ ଆସିଥିବା ପାଠକ ମାନେ ବିଶେଷ କରି ମହିଳା ରକ୍ତ ଦାତା ମାନେ ଖୁସି ମନ ରେ ରକ୍ତ ଦେଇ ବେଶ ଉତ୍ସାହିତ ଥିଲେ। ଏହି ଶିବିର ରୁ ସର୍ବମୋଟ ୩୧ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିବା ବେଳେ ନିଷ୍ଠା ପରିବାର ର ଉପଦେଷ୍ଟା ସଚି ପଣ୍ଡା, ସଭାପତି ଅଶ୍ୱିନୀ ତ୍ରିପାଠୀ, ସମ୍ପାଦକ ଲୋକନାଥ ସାହୁ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ ଓ ଅନ୍ୟ ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ। ପରିଶେଷରେ ନିଷ୍ଠା ପରିବାର ତରଫ ରୁ ଗାନ୍ଧୀ ସ୍ମୃତି ପାଠାଗାର କୁ ଏକ ସ୍ମୃତି ଫଳକ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ବରଗଡ଼ ରୁ ଜିଲ୍ଲା ପ୍ରତିନିଧି ଦୁର୍ଲ୍ଲଭ ଗଡତିଆଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।


