ସମ୍ବଲପୁର ; ତା.୨୯/୧୧ (ବିଏମସି ଟିଭି ଓଡିଆ)
କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଅର୍ଡାବାହାଲ ସ୍ଥିତ ସରକାରୀ ମହିଳା ଯୁକ୍ତ ଦୁଇ କଲେଜରେ ଅଧ୍ୟକ୍ଷ ରଞ୍ଜନ ନାୟକଙ୍କ ସଭାପତିତ୍ବରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଠକ୍କର ବାପାଙ୍କ ଜୟନ୍ତୀ ଉତ୍ସବ ସହ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଜିଲ୍ଲା ନିଶା ନିବାରଣ ଅଭିଯାନର ସଭାପତି ତଥା ସମାଜସେବୀ ସୁବାସ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଠକ୍କର ବାପାଙ୍କ ଆଦିବାସୀ , ହରିଜନ ଓ ପଛୁଆ ବର୍ଗଙ୍କ ପାଇଁ କରିଥିବା ସେବା ତଥା ଆଶ୍ରମ ଶିକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ । କୁନ୍ତରା ଗୋଷ୍ଠୀ ଶିକ୍ଷା କେନ୍ଦ୍ରର ଗୋଷ୍ଠୀ ସ୍ଵଶ୍ୟ ସମ୍ପ୍ରସାରଣ ଅଧିକାରୀ ହୃଦାନନ୍ଦ ନାଏକ ମୁଖ୍ୟବକ୍ତା ଭାବରେ ଯୋଗଦେଇ ନିଶାସେବନର ଅପକରିତା ସମ୍ପର୍କରେ ଆଲୋଚନା କରିଥିଲେ । ଅଧ୍ୟାପିକା ତୃପ୍ତି ପଟେଲ ନିଶା ନିବାରଣ ହିଁ ଠକ୍କର ବାପାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ । ନିଶା ନିବାରଣ ଓ ଠକ୍କର ବାପାଙ୍କ ଉପରେ ଆୟୋଜିତ କୁଇଜ୍ ଓ ବକ୍ତୃତା ପ୍ରତିଯୋଗିତାରେ କୃତକାର୍ଯ୍ୟ ଛାତ୍ରୀମାନଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ । ପ୍ରାରମ୍ଭରେ ଅଧ୍ୟାପକ ଗୁରୁଜନ ଖୁଣ୍ଟିଆ ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଛାତ୍ରୀ ଛବିଶ୍ରୀ ରୋହିଦାସ ଓ ବର୍ଷା ମୁଣ୍ଡା ଠକ୍କର ବାପାଙ୍କ ଜୀବନୀ ଉପରେ ଭାଷଣ ଦେଇଥିଲେ । ଶେଷରେ ନିଲେନ୍ଦ୍ରୁ ସୁନାନି ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବନ୍ଦନା ଦାସ, ଚିତ୍ତ ରଞ୍ଜନ ମିଶ୍ର , ସୁଦୀପ ଧରୁଆ ଓ ସୁନୀତା ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।

ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡିଶା।


