ବଲାଙ୍ଗିର ; ତା-୦୧/୧୨ ( ବିଏମସି ଟିଭି ଓଡ଼ିଆ)
ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନାର ପେଟ୍ରୋଲିଂ ଦଳ ଖବର ପାଇ ଦେଦର୍ହ ଛକ ନିକଟରୁ କିଛି ଶ୍ରମିକ ବାହାର ରାଜ୍ୟକୁ ବେଆଇନ ଭାବେ ଚାଲାଣ କରାଯାଉଥିବା ଖବର ପାଇ ଚଢାଉ କରିଥିଲା ଓ ଯାଞ୍ଚ ସମୟରେ ୭ଜଣ ପୁରୁଷ, ୭ଜଣ ମହିଳା ଓ ୧୪ ଜଣ ନାବାଳକ, ମୋଟ ୨୧ ଜଣଙ୍କୁ ଉଦ୍ଧାର କରି ଥାନାକୁ ଅଣା ଯାଇଥିଲା।

ଉକ୍ତ ଲେବର ମାନଙ୍କୁ ସର୍ଦାର ନେବା ପାଇଁ ଯୋଜନା କରୁଥିଲେ ଓ ବେଆଇନ ଭାବେ ଚାଲାଣ କରୁଥିଲେ। ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କ ମଧ୍ୟରୁ ପାଟଣାଗଡ ଥାନା ଅଇଁଲାପାଲି ଗାଁର ବୋଲି ଜଣାପଡିଛି । ଶ୍ରମିକ ମାନଙ୍କୁ ନିଜ ଗାଁରେ ପହଞ୍ଚାଇଥିବା ସୂଚନା ମିଳିଛି । ତେବେ ଦାଦନ ସରଦାର ବେଲପଡା ଥାନା ବିରଞ୍ଚି ମହାନନ୍ଦ (38) କୁ ଗିରଫ କରି କେଶ ନଂ. 275/25,ୟୁ/ଏସ 143/(3)/146/318(4) ବିଏନଏସ/25 ରେ କୋର୍ଟ ଚାଲାଣ କରିଥିବା ଖପ୍ରାଖୋଲ ଏସଆଇ ଏଲ. କିଷାନ ସୂଚନା ଦେଇଛନ୍ତି ।

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରୁ ଲିଙ୍କରାଜ ସେଠ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।


