ସମ୍ବଲପୁର ; ତା.୩୦/୧୧ (ବିଏମସି ଟିଭି ଓଡିଆ)
ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଠାରେ ସମଲେଶ୍ଵରୀ ସାହିତ୍ୟ ସଂସଦର ତ୍ରୟୋଦଶ ସ୍ଵନକ୍ଷତ୍ର ଦିବସୋତ୍ସବ ସଭାପତି ଶୋଭା ଚନ୍ଦ୍ର ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାୟ ଅର୍ଦ୍ଧ ଶତାଧିକ କବି ଅଂଶ ଗ୍ରହଣକରି କବିତା ପାଠ କରିଥିଲେ। ଏହି ଅବସରରେ ସଂସଦର ଉପଦେଷ୍ଟା ତଥା ପ୍ରତିଷ୍ଠାତା ମୁଖ୍ୟ ସମ୍ପାଦକ ସୁବାସ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଡ଼.ଶିଲାବନ୍ତି ଜୋଜୋଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଏଥିରେ ପ୍ରାୟ ତିରିଶ ଜଣ ରକ୍ତଦାତା ରକ୍ତଦାନ କରିଥିଲେ । ସମ୍ପାଦକ କୀର୍ତ୍ତି ଚନ୍ଦ୍ର ବହିଦାର ସମସ୍ତଙ୍କୁ ସ୍ଵାଗତ ଜଣାଇ ଥିବା ବେଳେ ସହ-ସଂପାଦକ ତ୍ରୈଲୋକ୍ୟ ମହାପାତ୍ର ପରିଚାଳନା କରିଥିଲେ । ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ସାରସ୍ୱତ ପ୍ରତିଭାମାନଙ୍କୁ ସମ୍ମାନିତ କରାଯାଇଥିଲା। ପରିଶେଷରେ ମୁଖ୍ୟ ସମ୍ପାଦକ ସଚିନ୍ଦ୍ର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


