କୋରାପୁଟ ; ତା-୦୨/୧୨ ( ବିଏମସି ଟିଭି ଓଡ଼ିଆ)
କୋରାପୁଟସ୍ଥିତ ଟିକିରା ସାହି ନିବାସୀ ସୁଭାଷ ଚନ୍ଦ୍ର ଦାଶଙ୍କର ସହଧର୍ମିଣୀ ସ୍ୱର୍ଗତ ହେମଲତା ଦାଶ ଙ୍କ ର ଗତ ଉଣେଇଶ ତାରିଖ ବୁଧୁବାର ଦିନ ନିଜ ବାସ ଭବନ ରେ ଅକାଳ ବିୟୋଗ ହୋଇଯାଇଥିବା ବେଳେ ପରିବାର ଲୋକେ ପୁରୀ ସ୍ୱର୍ଗ ଦ୍ୱାର ରେ ସମସ୍ତ କାଯ୍ୟ ସଂପନ୍ନ କରିବା ଶ୍ରାଦ୍ଧ ଉପଲକ୍ଷେ ଆଜି ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିସରରେ ଆତ୍ମୀୟ ପରିଜନ ଙ୍କୁ ପ୍ରୀତି ଭୋଜନ ର ବ୍ୟବସ୍ଥା କରିବା ସହ ଆପାୟୀତ କରିଥିଲେ । ଆତ୍ମୀୟ ପରିଜନ ମାନେ ହେମଲତା ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି କାଯ୍ୟକ୍ରମ ରେ ପରିବାର ସମସ୍ତ ସଦସ୍ୟ ଜ୍ଞାତି କୁଟୁମ୍ବ ସମସ୍ତେ ଉପସ୍ଥିତ ଥିଲେ । ହେମଳତା ଜଣେ ଧର୍ମ ପରାୟଣ ମହିଳା ହୋଇଥିବା ବେଳେ ସମସ୍ତିଙ୍କର ସୁଖ ଦୁଃଖ ରେ ଠିଆ ହେଉଥିଲେ । ତାଙ୍କର ଏହି ଅକାଳ ବିୟୋଗ ରେ ସମସ୍ତେ ଭାଂଗିପଡିଛନ୍ତି ଓ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି ।
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ଦେବାଶ୍ରିତ ପଟ୍ଟନାୟକଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


