ସମ୍ବଲପୁର/ଗୋଡଭଗା:ତା.୦୮/୧୨ (ବିଏମସି ଟିଭି ଓଡିଆ)
ବରଗଡ ଜିଲ୍ଲା ବରପାଲି ଅର୍ନ୍ତଗତ କନବାର ଠାରେ ଗୁରୁ ଭଗବାନ ସାହୁଙ୍କ ଶିଷ୍ୟ ଶବ୍ଦନୃତ୍ୟ ଗୁରୁ ବିଶିଷ୍ଟ ଶବ୍ଦ ନୃତ୍ୟ ବାଦକ ବିପିନ ବାରିକଙ୍କ ୮୫ ବର୍ଷ ବୟସରେ ବାର୍ଦ୍ଧକ୍ୟ ଜନିତ ରୋଗରେ ପରଲୋକ ହୋଇଯାଇଛି। ତାଙ୍କର ଏକମାତ୍ର ପୁତ୍ର ଯୁଧିଷ୍ଠିର ବାରିକଙ୍କ ପୂର୍ବରୁ ମୃତ୍ୟୁ ଘଟିଥିଲା। ତାଙ୍କ ପଛରେ ଦୁଇ ଝିଅ ଥିବିରି ବାରିକ, ପଦ୍ମିନୀ ବାରିକ ଏବଂ ନାତି ନାତୁଣୀଙ୍କୁ ଛାଡି ଯାଇଛନ୍ତି। ନାତି ପରେଶ ବାରିକ ମୁଖାଗ୍ନି ଦେଇଥିଲେ। ଗୁରୁ ବିପିନ ବାରିକ ଖୁବ୍ ଶାନ୍ତଶିଷ୍ଟ ,ଭଦ୍ର ଓ ମେଳାପି ଥିଲେ। ଅନେକ ବର୍ଷ ଧରି ଗୁରୁ ଭଗବାନ ସାହୁଙ୍କ ସହଯୋଗୀ ଭାବେ ନାଟକ ଦଳରେ ଶବ୍ଦ ନୃତ୍ୟ ବାଦକ ଭାବରେ କାର୍ଯ୍ୟ କରିବା ସହିତ ନୂତନ ଶିଷ୍ୟ ମାନଙ୍କୁ ଶବ୍ଦ ନୃତ୍ୟ ଶିକ୍ଷା ଦେଉଥିଲେ। ସେ କନବାର ଠାରେ ଗୁରୁ ଭଗବାନ ସାହୁ ଶବ୍ଦ ନୃତ୍ୟ ଗବେଷଣା କେନ୍ଦ୍ରର ପ୍ରତିଷ୍ଠାତା ସଦସ୍ୟ ଥିବା ସହିଦ ଶେଷ ଜୀବନ ପର୍ଯ୍ୟନ୍ତ ଶବ୍ଦ ନୃତ୍ୟ ଏବଂ ବାଦ୍ୟ ଶିକ୍ଷା ଦେଉଥିଲେ ଏବଂ କଳାକାର ମାନଙ୍କୁ ଉତ୍ସାହିତ କରୁଥିଲେ। ତାଙ୍କର ମୃତ୍ୟୁରେ ଶବ୍ଦ ନୃତ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଗବେଷକ ଶାସ୍ତ୍ରୀୟ ଶବ୍ଦ ନୃତ୍ୟ ଗୁରୁ ଭାଗବତ ପଧାନ ଭାଗବତିଆ, ଲୁଲୁ ରବିନ ଦାସ, ଅନୁଷ୍ଠାନ ସଭାପତି ସାନୁଜ ପ୍ରଧାନ, ସମ୍ପାଦକ ନିରୋଦ ସାହୁ, ଶବ୍ଦନୃତ୍ୟ ଗୁରୁ ପ୍ରଫୁଲ୍ଲ ନାଏକ, ନବ କୁମାର ବାରିକ ପ୍ରମୁଖ ଗଭୀର ଦୁଃଖ ପ୍ରକାଶ କରି କହିଛନ୍ତି। ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
(ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା)
ବିଶିଷ୍ଟ ଶବ୍ଦ ନୃତ୍ୟ ବାଦକ ଗୁରୁ ବିପିନ ବାରିକଙ୍କ ପରଲୋକ


