ସମ୍ବଲପୁର ; ତା.୧୫/୧୨ (ବିଏମସି ଟିଭି ଓଡିଆ)
ସମ୍ବଲପୁର ଦାନୀପାଲି ସ୍ଥିତ ଗଣେଶ୍ୱର ରାମଚଣ୍ଡୀ ସେବା ସଦନରେ ରବିବାର କୁଳତା ସମାଜ ତରଫରୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସମ୍ବଲପୁର କୁଲତା ସମାଜର ବରିଷ୍ଠ ସଦସ୍ୟ ଭବାନୀ ବିଶ୍ୱାଳ, ପୂର୍ବତନ ସାଂସଦ, ବିଧାୟକ ତଥା କୁଲତା ଜାତିର ଗୌରବ ଗଣନାଥ ପ୍ରଧାନ ଏବଂ ପୂର୍ବତନ ବିଧାୟକ ବିରେନ୍ଦ୍ର ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଗତକାଲି ସକାଳେ ପରଲୋକ ଖବର ମିଳିବା ପରେ କୁଲତା ସମାଜର ବରିଷ୍ଠ ସଦସ୍ୟ ଭବାନୀ ବିଶ୍ୱାଳଙ୍କ ସ୍ମୃତିରେ ନିରବ ପ୍ରାର୍ଥନା କରାଯିବା ସହ ତାଙ୍କର ସ୍ମୃତିଚାରଣ କରାଯାଇଥିଲା। ସମ୍ବଲପୁର କୁଲତା ସମାଜର ଜଣେ ସକ୍ରିୟ ସଦସ୍ୟ ହେବା ସହ ସଦର ଡାକ୍ତରଖାନାକୁ ଆସୁଥିବା ରୋଗୀ ପରିଜନଙ୍କୁ ସହଯୋଗ କରୁଥିବା ଉପସ୍ଥିତ ସଦସ୍ୟମାନେ ମତ ଦେଇଥିଲେ। ପ୍ରକାଶକ ଭାବେ ସେ ଫ୍ରେଣ୍ଡସ ଏମ୍ପୋରିୟମ ଜରିଆରେ ଅନେକ ପୁସ୍ତକ ପ୍ରକାଶନ କରିଥିବା ସଦସ୍ୟମାନେ କହିଥିଲେ। ତାଙ୍କର ଅକାଳ ବିୟୋଗ ଖବର ପାଇବା ପରେ ଶୋକର ଛାୟା ଖେଳି ଯାଇଥିଲା । ସେହିପରି ବରଗଡ ଜିଲ୍ଲାର ବରପାଲି ସିକିଡ଼ି ଗ୍ରାମରେ ଜନ୍ମିତ ପୂର୍ବତନ ସମ୍ବଲପୁର ସାଂସଦ ତଥା ବିଶିଷ୍ଟ କୃଷକ ନେତା ଗଣନାଥ ପ୍ରଧାନଙ୍କୁ ମଧ୍ୟ କାଯର୍ଯ୍ୟକ୍ରମରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା। ଓଡ଼ିଶାର ସମାଜବାଦୀ ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ତଥା ଜୀବନବ୍ୟାପୀ କୃଷକମାନଙ୍କ ପାଇଁ ସଂଘର୍ଷ କରିଥିବା କୃଷକ ନେତା ତଥା ପୁର୍ବତନ ସାଂସଦ ସ୍ବର୍ଗତ ଗଣନାଥ ପ୍ରଧାନ ଛାତ୍ର ସମୟରୁ ଛାତ୍ର ଆନ୍ଦୋଳନରେ ଯୋଗଦେଇ ଦଣ୍ଡିତ ହେବା ସହ ସ୍କୁଲରୁ ବିତାଡ଼ିତ ହୋଇଥିଲେ । ଚାଷୀ ମୂଲିଆଙ୍କ ସମସ୍ୟା ସହ ନିଜକୁ ଜଡ଼ିତ କରି ଶେଷ ଜୀବନ ଯାଏଁ ସଂଗ୍ରାମ ଜାରି ରଖିଥିଲେ ବୋଲି କାର୍ଯ୍ୟକ୍ରମରେ ଭକ୍ତବନ୍ଧୁ ପ୍ରଧାନ କହିଥିଲେ । ସେ ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନ ଏବଂ ୧୯୪୮ରେ ପ୍ରଜା ସୋସାଲିଷ୍ଟ ଆନ୍ଦୋଳନରେ ଯୋଗ ଦେଇଥିଲେ । ୧୯୬୧ ମସିହାରେ ବରଗଡ଼ ଓ ୧୯୭୪ ମସିହାରେ ବିଜେପୁରରୁ ର୍ନିବାଚିତ ହୋଇ ବିଧାନସଭାର ସଦସ୍ୟ ହୋଇଥିଲେ । ୧୯୭୭ ମସିହାରେ ଜନତାପାର୍ଟି ପ୍ରାର୍ଥୀ ଭାବେ ସମ୍ବଲପୁର ଲୋକସଭା ଆସନରୁ ର୍ନିବାଚିତ ହୋଇଥିଲେ ବୋଲି ନିର୍ମଳ ପ୍ରଧାନ ସୂଚନା ଦେଇଥିଲେ । ସେହିପରି ବୀରେନ୍ଦ୍ର ସାହୁଙ୍କର ଘର ବରଗଡ ଗାଏସିଲଟ ବୁରୋମୁଡା। ସେ ମେଲଛାମୁଣ୍ଡା ବିଧାନସଭା ଆସନରୁ ତିନି ଥର ବିଧାୟକ ହୋଇଥିଲେ । ଅଞ୍ଚଲ ତଥା କୃଷକମାନଙ୍କ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିବା ଜଟାଭୂଷଣ ପ୍ରଧାନ କହିଥିଲେ। କାର୍ଯ୍ୟକ୍ରମରେ କୁଲତା ସମାଜର ସମ୍ପାଦକ ଜାତିର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଅବଦାନକୁ ନେଇ ସ୍ବତନ୍ତ୍ର ଭାବେ ପୁସ୍ତକ ପ୍ରକାଶନ ଉପରେ ଗୁରୁତ୍ୱ ଦେଇଥିଲେ । କୁଲତା ସମାଜର ସଭାପତି କୃପାସିନ୍ଧୁ ଖମାରୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମକୁ ଦେବୀ ପ୍ରସାଦ ଭୋଇ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଉପସଭାପତି ଦେବୋତ୍ତମ ପ୍ରଧାନ , ସରୋଜ ପ୍ରଧାନ, ପ୍ରଦୀପ କୁମାର ସାହୁ ,ସୁକାନ୍ତି ଗଡ଼ତିଆ, ଶ୍ରୀକୃଷ୍ଣ ପ୍ରସାଦ ପ୍ରଧାନ, ଟଙ୍କଧର ବାରିକ, ଅକ୍ଷୟ ପ୍ରଧାନ, ଆନନ୍ଦ ପ୍ରଧାନ , ହାରାଧନ ପ୍ରଧାନ, ଭବାନୀଶ ଭୋଇ ଓ କ୍ଷୀରୋଦ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସମ୍ବଲପୁରରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।


