ସମ୍ବଲପୁର ; ତା.୧୨/୦୫ (ବିଏମସି ଟିଭି ଓଡିଆ)
ସମ୍ବଲପୁର ଉପକଣ୍ଠ ସ୍ଥିତ ଧନୁପାଲି ଶିଶୁ ବିଦ୍ୟା ମନ୍ଦିର ଠାରେ ଏ-୧ ପ୍ରାପ୍ତ କୃତି ଶିକ୍ଷାର୍ଥୀମାନଙ୍କ ପାଇଁ ଆଜି ଏକ ମେଧାବୀ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ମୁଖ୍ୟ ଅତିଥି ରୂପରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର ସଭାପତି ଡ଼କ୍ଟର ଦେବେନ୍ଦ୍ର ପଣ୍ଡା ଦୀପ ପ୍ରଜ୍ବଳନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିଭୁ ପ୍ରସାଦ ମହାପାତ୍ର ଅତିଥି ପରିଚୟ ପ୍ରଦାନ ସହ କୃତି ଛାତ୍ରଛାତ୍ରୀ ମାନଙ୍କ ବିବରଣୀ ପାଠ କରିଥିଲେ। ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ପ୍ରଦୀପ ପଣ୍ଡା କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ।

ଶିକ୍ଷା ଅଧିକାରୀ, ବିଦ୍ୟାଳୟର ସଭାପତି, ଉପ-ସଭାପତି ଡାକ୍ତର ଝାଙ୍କର, ସମ୍ପାଦକ ଜୟଶଙ୍କର ପାଢ଼ୀ, ସହ- ସମ୍ପାଦକ ଅଭିମନ୍ୟୁ ସାହୁ, ଅବିନାଶ ସାହୁ ଜିଲ୍ଲା ଟପର, ଅନୁରାଗ ସାହୁ, ସ୍ଥିତପ୍ରଜ୍ଞା ଧର, ଶୁଭଶ୍ରୀ ନାଏକ, ଟ୍ୱିଙ୍କିଲ ନାୟକ, ଲିଜା ପାତ୍ର, ହର୍ଷିତ ବଢ଼େଇ ଓ ପ୍ରତୀକ୍ଷା ପାତ୍ରଙ୍କ ସହିତ ଭାରତୀ କୃଷ୍ଣ ପରୀକ୍ଷା ଓ ପ୍ରାଦେଶିକ ମେଧା ପରୀକ୍ଷା ରେ କୃତିତ୍ୱ ହାସଲ କରିଥିବା ସୁଶ୍ରୀ ସ୍ବର୍ଣ୍ଣାଦି ରଥ, ସୁଶ୍ରୀ ଶକ୍ତି ସ୍ୱରୂପା ଷଡଙ୍ଗୀ, ଅନିନ୍ଦ୍ୟ ସୁନ୍ଦର ମହାନ୍ତି ଓ ଅବିନାଶ ସାହୁଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଡ଼ଃ.ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବଲପୁରରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


