ଖୋଦ୍ଧା / ବେଗୁନିଆ , ତା-୨୫ / ୦୩ ( ବିଏମସି ଟିଭି ଓଡ଼ିଆ )

ଆମ ସଂସ୍କୃତି ପରମ୍ପରା ବିଶ୍ଵରେ ନିଆରା | ଏଠାରେ ବାର ମାସରେ ତେର ପର୍ବ ପାଳନ ହୁଏ। ଆମ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ମଲ୍ଲିପଦର ଗ୍ରାମରେ ଆୟୋଜିତ ହୋଇ ଆସୁଛି ‘ଆମ ଗାଁ’ ମହୋତ୍ସବ ୨୦୧୮ ମସିହାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଚଳିତ ବର୍ଷ ୮ ବର୍ଷରେ ପହଞ୍ଚିଛି।

ଅଞ୍ଚଳର ଲୁକାୟିତ ପ୍ରତିଭାମାନଙ୍କୁ ଲୋକଲୋଚଙ୍କୁ ଆଣିବା ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ। ରାଜ୍ୟ ସଂସ୍କୃତି ବିଭାଗ ଓ ଇଷ୍ଟର୍ଣ୍ଣ ଜୋନାଲ କଲଚରାଲ ସେଣ୍ଟର୍ କୋଲକାତା ସହଯୋଗରେ ଆୟୋଜିତ ମହୋତ୍ସବର ଉଦ୍ଘାଟନୀ ସନ୍ଧ୍ୟାରେ କମିଟି ଉପସଭାପତି କୁଞ୍ଜବିହାରୀ ମହାପାତ୍ର ପୌରୋହିତ୍ୟ କରିଥିଲେ ।

ମୁଖ୍ୟ ଅତିଥି ଭାବେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଯୋଗ ଦେଇ ମହୋତ୍ସବକୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବେଗୁନିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, ଜିଲ୍ଲାପରିଷଦ ସଭ୍ୟ ପ୍ରକାଶ ଚନ୍ଦ୍ର ସାହୁ, ସମାଜସେବୀ ମନୋଜ ପ୍ରଧାନ, ବେଗୁନିଆ ବ୍ଲକ ବିଜେଡି ସଭାପତି ପ୍ରଶାନ୍ତ କୁମାର ବେହେରା, ମହୋତ୍ସବ ସମ୍ପାଦକ ଶିଶିର କୁମାର ଆଚାର୍ଯ୍ୟ ପ୍ରମୁଖ ମହୋତ୍ସବର ଲକ୍ଷ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ।

ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବଦ୍ଧିତ କରାଯାଇଥିଲା। ପଟ୍ଟଚିତ୍ର ଶିଳ୍ପୀ ଶ୍ରୀକାନ୍ତ ପାଣିଗ୍ରାହୀ, ସାମ୍ବାଦିକ ପ୍ରଦୀପ ପ୍ରଧାନ, ଗଙ୍ଗାଧର ଦାଶ, ଆଦର୍ଶ ଶିକ୍ଷକ ଦିଲୀପ କୁମାର ସାମନ୍ତରାୟଙ୍କୁ ଅତିଥିମାନେ ସମ୍ବଦ୍ଧିତ କରିଥିଲେ ।

ଏହି ଉତ୍ସବରେ ସୋନପୁରର ଗଣ୍ଡରାଜା କଲଚରାଲ ରିସର୍ଟ, ନୀଳାଞ୍ଚଳ କଳିଙ୍ଗ ପାଇକ ଆଖଡ଼ା ଖୋର୍ଦ୍ଧା, ମା’ କାଳିକା ଦେବୀ ସାଂସ୍କୃତିକ କଳା ପରିଷଦ ବଡ଼ବେରଣା, ରଙ୍ଗିଲା ଡ୍ୟାନ୍ସ ଗ୍ରୁପ ଜଟଣୀ, ଟ୍ରାକ୍ ସିଙ୍ଗର୍ ହିମାଂଶୁ ଓ ବର୍ଷା ଏବଂ ସିନେ କଳାକାର ମିଲିସ୍ବପ୍ନା ଉପସ୍ଥିତ ଶହ ଶହ ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ ।

ଖୋର୍ଦ୍ଧା ରୁ ସଞ୍ଜୟ କୁମାର ମହାପାତ୍ର ଙ୍କ ବିଏମସି ନ୍ୟୁଜ୍ ଓଡି଼ଶା ।



