ସମ୍ବଲପୁର/ ବରପାଲି ; ତା.୧୧/୦୫ (ବିଏମସି ଟିଭି ଓଡିଆ)
ବରପାଲି ସ୍ଥିତ ଆଶୀର୍ବାଦ କଲ୍ୟାଣ ମଣ୍ଡପ ପରିସରରେ ନିଖିଳ ଉତ୍କଳ କୁଲି ମେହେର ସମାଜ, ବରଗଡ ଜିଲ୍ଲା ସ୍ତରୀୟ ତୃତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ମଧୁସୂଦନ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ସୁବଳ ମେହେର, ପୂର୍ବତନ ନାବାର୍ଡ ଅଧିକାରୀ ଓଡ଼ିଶା, ସମ୍ମାନୀତ ଅତିଥି ଭାବରେ ଦଶରଥ ମେହେର, ସଭାପତି ନିଖିଳ ଉତ୍କଳ କୁଲି ମେହେର ସମାଜ ଡୋଲାମଣି ମେହେର, ମୁଖ୍ୟ ଉପଦେଷ୍ଟା, ରାଜ୍ୟ କମିଟି, ରାମ ମେହେର, ଉପ ସଭାପତି ରାଜ୍ୟ କମିଟି, ଘନଶ୍ୟାମ ମେହେର, ସଭାପତି ନିଖିଳ ଉତ୍କଳ କୁଲି ମେହେର ସମାଜ, ସୁବର୍ଣ୍ଣପୁର ଜିଲ୍ଲା, ପୁରନ ମେହେର, ସଂପାଦକ ନିଖିଳ ଉତ୍କଳ କୁଲି ମେହେର ସମାଜ ଯୋଗ ଦେଇଥିଲେ। ବରଗଡ ଜିଲ୍ଲା ନିଖିଳ ଉତ୍କଳ କୁଲି ମେହେର ସମାଜ ସଂପାଦକ ସୁଦାମ ମେହେର ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ସଭାରେ ବରଗଡ ଜିଲ୍ଲା ଅନ୍ତର୍ଗତ ୫୮ ଖଣ୍ଡ ଗ୍ରାମର ତିନିଶହରୁ ଅଧିକ ଲୋକଙ୍କ ଯୋଗଦାନ୍ ରହିଥିଲା ବାଗବାଡି ଗ୍ରାମର ଧିରେନ ମେହେର ଓଡ଼ିଶା ଭିନ୍ନକ୍ଷମ ଦଳରେ ସ୍ଥାନ ପାଇ ଆଗାମୀ ଦିନରେ ବାଙ୍ଗାଲୋର ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଥିବାରୁ ତାଙ୍କୁ ନିଖିଳ ଉତ୍କଳ କୁଲି ମେହେର ସମାଜ ତରଫରୁ ଉପଢୌକନ ସହ ମାନପତ୍ର ପ୍ରଦାନ କରଯାଇଥିଲା। ଏହା ସହିତ ୨୦୨୫-୨୬ ଶିକ୍ଷାବର୍ଷରେ ମାଟ୍ରିକ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛାତ୍ର/ ଛାତ୍ରୀ ବାଦଲ ମେହେର, ଶ୍ରୀୟା ମେହେର, ନମିତା ମେହେର, ଆୟୁଷ ମେହେର, ଭାଗ୍ୟବତି ମେହେର, ଆୟେଶା ମେହେର, ଶୁଭଶ୍ରୀ ମେହେର, ଟିକି ମେହେର ଓ ମାନିନୀ ମେହେରଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନୀତ କରାଯାଇଥିଲା। ସମ୍ୱର୍ଦ୍ଧିତ ପ୍ରତିଭା ଗଣ ନିଜ ନିଜର ଭବିଷ୍ୟତର ଲକ୍ଷ୍ୟକୁ ଜାତି ସମାଜର ଲୋକଙ୍କ ପାଖରେ ବର୍ଣନା କରିଥିଲେ। ଜିଲ୍ଲା ସଭାପତି ମଧୁସୂଦନ ମେହେର ନିଜ ଜାତି ସମାଜର ଭାଇ ଓ ଭଉଣୀମାନଙ୍କ ପାଇଁ ଆଗାମୀ ଦିନରେ ଆର୍ଥିକ ଅସୁବିଧାରେ ଥିବା ଛାତ୍ର ଛାତ୍ରୀଙ୍କ ନାମଲେଖା ସହ ପାଠ ପଢାରେ ସାହାଯ୍ୟ ସହଯୋଗ ନିଖିଳ ଉତ୍କଳ କୁଲି ମେହେର ସମାଜ ତରଫରୁ ପ୍ରଦାନ କରିଯିବ ବୋଲି ଘୋଷଣା କରିଥିଲେ। ସଭାରେ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ତିଲାରାମ ମେହେର, ଜିଲ୍ଲା କୋଷାଧ୍ୟକ୍ଷ ନିବାସ ମେହେର, ଜିଲ୍ଲା ସହ ସଂପାଦକ ରତନ ମେହେର, ସନ୍ତୋଷ ମେହେର, ଉପସଭାପତି ରୋହିତ ମେହେର ପ୍ରମୁଖ ଯୋଗଦେଇ ମଞ୍ଚାସୀନ ଥିଲେ। ଜାତିର ଉନ୍ନତି ଓ ପ୍ରଗତି ପାଇଁ ସମସ୍ତେ ଏକତା ସୂତ୍ରରେ ବାନ୍ଧି ହୋଇ ଜାତି ପାଇଁ ସମର୍ପିତ ହେବାକୁ ବରଗଡ ଜିଲ୍ଲା ଅନ୍ତର୍ଗତ ସମସ୍ତ ୫୮ ଖଣ୍ଡ ଗ୍ରାମର କୁଲି ଜାତି ସମାଜର ସମସ୍ତ ସଦସ୍ୟ କଥା ଦେଇଥିଲେ। ବରପାଲି, କୁସନପୁରୀ ଗ୍ରାମର ସଦସ୍ୟ ଭାଇମାନେ ସଭା ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ।

ସମ୍ବଲପୁରରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


