ବୋଲଗଡ ; ତା-୧୪/୦୧ ( ବିଏମସି ଟିଭି ଓଡ଼ିଆ )

କବିର କବିତା ସମାଜର ନିଚ୍ଛକ ଛବିପ୍ରତିବିମ୍ବିତ ହୋଇଥାଏ.ଯାହା ସମାଜକୁ ସୁଧାରି ଗତିଶୀଳ କରାଇଥାଏ। ବୋଲଗଡ ସାରସ୍ୱତ ଅନୁଷ୍ଠାନ ନନ୍ଦିଘୋଷ ର ବାର୍ଷିକ ମକର ମିଳନ ଉତ୍ସବ ରେ କବି କବୟିତ୍ରୀଙ୍କ ସମ୍ମିଳନୀ ରେ ଏହା ମତ ପ୍ରକାଶ ପାଇଛି। ବରିଷ୍ଠ ଶିକ୍ଷାବିତ ହରିବନ୍ଧୁ ସାହୁଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥି ରୂପେ ତିରୁପତି ବୈଦିକ ବିଶ୍ୱବିଦ୍ୟାଳୟ ର ଅଧକ୍ଷ ଡ଼. ହରିହର କାନୁନଗୋ ଯୋଗ ଦେଇ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଦୀପକ ପରିଡା ନିର୍ଦେଶକ ଜ୍ଞାନ ଗଙ୍ଗା ଏବଂ ସମ୍ମାନିତ ଅତିଥି ରୂପେ ପ୍ରାଧ୍ୟାପକ ଡ଼. ପ୍ରଫୁଲ୍ଲ କୁମାର ସୁବୁଦ୍ଧି, ଐତିହାସିକ ରବୀନ୍ଦ୍ର କୁମାର ପରିଡା, ଲଲାଟ କେଶରୀ ସିଂ ପ୍ରମୁଖ ଯୋଗଦେଇଥିଲେ।

ଏହି ଉସ୍ଚବରେ ସନାତନ ପାଟ୍ଟଶାଣୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ ସମ୍ପାଦକ ଧୀରେସ ମହାପାତ୍ର ବିବରଣୀ ପାଠ କରିଥିଲେ। ଆୟୋଜିତ କବି ସମ୍ମିଳନୀ ରେ ଶତାଧିକ କବି କବୟିତ୍ରୀ ଯୋଗଦେଇ ସ୍ୱକୀୟ କବିତା ପାଠ କରିଥିଲେ । ଏହି କବିତାପାଠ ଆସର କାଯ୍ୟକ୍ରମରେ ସଂଯୋଜିକା ହରପ୍ରିୟା ଦ୍ବିବେଦୀ ଓ କ୍ଷଣପ୍ରଭା କର ସଂଯୋଜନା କରିଥିଲେ । ପ୍ରତାପ କୁମାର ସାହୁ, ପ୍ରମୋଦ କୁମାର ସ୍ୱାଇଁ, ହୃଷିକେଶ ନାୟକ , ଶାନ୍ତନୁ ତ୍ରିପାଠୀ ଓ ସନ୍ତୋଷ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ଡ଼. ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ବିଏମସି ନ୍ୟୁଜ୍ ଓଡ଼ିଶା।


