ରଣପୁର, ତା-୧୧/୦୧ (ବିଏମସି ଟିଭି ଓଡ଼ିଆ)
ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ନିକଟସ୍ଥ ଅନନ୍ତ ଗୁମ୍ଫା ପରିସରରେ ବଜରଙ୍ଗ ଦଳର ପ୍ରଥମ ଖଣ୍ଡ ପ୍ରସ୍ତୁତି ବୈଠକ ରବିବାର ଦିନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଶ୍ଵ ହିନ୍ଦୁ ପରିଷଦର ସହସମ୍ପାଦକ ଖୋର୍ଦ୍ଧା ଜିଲ୍ଲା ପ୍ରଭାତ ପାଣଗ୍ରାହୀ , ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ଖୋର୍ଦ୍ଧା ଜିଲ୍ଲା ଉଦିତ୍ୟ ପ୍ରହରାଜ, ସହ ସଂଯୋଜକ ଦିବ୍ୟ ପ୍ରକାଶ,ସୁରକ୍ଷା ପ୍ରମ୍ମୁଖ ମୁକେଶ ସାମନ୍ତ ରାୟ, ପ୍ରଖଣ୍ଡ ସଂଯୋଜକ ବୋଲଗଡ଼ ହିତେଶ କୁମାର ବେହେରା ଓ ପ୍ରଖଣ୍ଡ ସଂଯୋଜକ ରଣପୁର ସଞ୍ଜୀବ କୁମାର ପ୍ରଧାନ ଏଥି ସହିତ ରାଜସୁନାଖଳା ସରପଞ୍ଚ ତଥା ସମାଜସେବୀ ଚିତ୍ତ ରଞ୍ଜନ ପ୍ରଧାନ , ଶିକ୍ଷାବିତ ବଲ୍ଲଭ ପ୍ରଧାନ ,ଆଇନଜିବୀ ସର୍ବେଶ୍ଵର ବେହେରା , ସମାଜ ସେବୀ ସନ୍ତୋଷ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ବିଶ୍ଵ ହିନ୍ଦୁ ପରିଷଦର ସହ ସମ୍ପାଦକ ନିଜ ଅଭିଭାଷଣ ମାଧ୍ୟମରେ ବଜରଙ୍ଗ ଦଳର ଉତ୍ପତ୍ତି , ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ସବିଶେଷ ଆଲୋଚନା କରିଥିଲେ। ୧୯୮୪ ମସିହାରୁ ସେବା,ସୁରକ୍ଷା ଓ ସଂସ୍କାରକୁ ନେଇ ବଜରଙ୍ଗ ଦଳ ଗଢି ଉଠି ଥିଲା । ଏହାର ପ୍ରମୁଖ ଲକ୍ଷ୍ୟ ହିନ୍ଦୁ ମାନଙ୍କୁ ଏକତ୍ରିତ କରିବା, ଗୋ ମାତାକୁ ସୁରକ୍ଷା ଦେବା, ଲଭ ଜିହାଦ ଶିକାର ହେଉ ଥିବା ଭଉଣୀ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଆଲୋଚନା କରା ଯାଇଥିଲା । ଏହି ବୈଠକରେ ରାଜସୁନାଖଳା ଓ ଆଖପାଖ ଅଞ୍ଚଳର ଶହ ଶହ ଯୁବକମାନେ ସାମିଲ ହୋଇଥିଲେ। ଜୟ ଶ୍ରୀ ରାମ ଧ୍ବନିରେ ଗଗନ ପବନ ପ୍ରକମ୍ପିତ ହେଉ ଥିଲା । ଏହି ଅବସରରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ଯୋଗ ଦେଇ ଜାତୀୟ ସଙ୍ଗୀତ ଗାନ କରିବା ସହିତ ଭାରତ ମାତା କି ଜୟ ଧ୍ୱନିର ନାରା ଦେଇ ଥିଲେ।

ବିଏମସି ନ୍ୟୁଜ୍ ଓଡ଼ିଶା ।


