ବୋଲଗଡ ; ତା-୧୨/୦୪ ( ବିଏମସି ଟିଭି ଓଡ଼ିଆ)
ବୋଲଗଡ ବ୍ଲକ ଶିକ୍ଷା ଅନ୍ତର୍ଗତ ବାଙ୍କୋଇ ସ୍ଥିତ ପାଞ୍ଚଗଡ ଅନଙ୍ଗ ନରେନ୍ଦ୍ର ପ୍ରାରମ୍ଭିକ ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ ଶିକ୍ଷା ଅନୁଷ୍ଠାନ ର ଅନୁକୁଲ୍ୟ ରେ ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବ ରେ ଶିକ୍ଷା ଅନୁଷ୍ଠାନ ର ଅଧ୍ୟକ୍ଷ ମନୋରଞ୍ଜନ ଦାସଙ୍କ ସଭାପତିତ୍ବ ରେ ମୂଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ , ମୁଖ୍ୟ ବକ୍ତା ଭାବେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧକ୍ଷ ଡଃ ତାପସ କୁମାର ନାୟକ ଓ ସମ୍ମାନିତ ଅତିଥି ଭାବେ ଶିକ୍ଷା ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ଶିକ୍ଷାବିତ କାଳି ଚରଣ ଜୟସିଂହ, ସମ୍ପାଦିକା କୁମୁଦିନୀ ଜୟସିଂହ, ବୋଲଗଡ ବ୍ଲକ ଅଧ୍ଯକ୍ଷା ହୁଲ୍ଲାସ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଅନାଦି ସାହୁ, ସମିତି ସଭ୍ୟ ରଞ୍ଜନ ଲେଙ୍କା, ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।

ସମସ୍ତ ନିମନ୍ତ୍ରିତ ଅତିଥି ମାନେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରେ ଫୁଲ, ଚନ୍ଦନ ଓ ଧୂପ ଦୀପ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ। ପ୍ରାରମ୍ଭ ରେ ଶିକ୍ଷାନୁଷ୍ଠାନ ର ଗୁରୁ ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ସଭାପତି ତଥା ଅଧ୍ୟକ୍ଷ ମନୋରଞ୍ଜନ ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ଶିକ୍ଷା ପ୍ରତିଷ୍ଠାନ ର ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟ ଅତିଥିଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଅନୁଷ୍ଠାନର ମୁଖ୍ଯ କିରାଣୀ ସୁଶାନ୍ତ କୁମାର ସୁବୁଦ୍ଧି ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ ଗୁରୁ ଛାତ୍ରୀ ବିଦୁଷ୍ମିତା ବାର୍ଷିକ ବିବରଣୀ ପଠନ କରିଥିଲେ। ମଣିଷ ଗଢ଼ା କାରଖାନା ର ସମସ୍ତ ଶିକ୍ଷା ପ୍ରଶିକ୍ଷକ ମାନେ ଦେଶ ଓ ଜାତିର ଗର୍ବ ଓ ଗୌରବ ହୋଇଥିବାରୁ ପ୍ରତ୍ୟେକ ଗୁରୁ ଛାତ୍ର ଛାତ୍ରୀ ମାନେ ସେମାନଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଶିକ୍ଷା ଅଧ୍ୟୟନ କରିବା ଉଚିତ ବୋଲି ଅତିଥି ମାନେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ପାଞ୍ଚଗଡ଼ ପ୍ରଦୀପ ସମାଚାର’ ମୁଖପାତ୍ର କୁ ମୁଖ୍ୟ ଅତିଥି ପ୍ରଶାନ୍ତ କୁମାର ଜଗଦେବ ଉନ୍ମୋଚନ କରିଥିଲେ। । ସମସ୍ତ କୃତୀ ଗୁରୁ ଛାତ୍ର ଛାତ୍ରୀ ମାନଙ୍କୁ ସମସ୍ତ ନିମନ୍ତ୍ରିତ ଅତିଥି ପୁରସ୍କାର, ପ୍ରମାଣ ପତ୍ର, ଟ୍ରଫି ପ୍ରଦାନ କରିଥିଲେ। ଗୁରୁ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ମନୋରଞ୍ଜନ ଧର୍ମୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା। ସମସ୍ତ କାଯ୍ୟକ୍ରମ କୁ ଗଣେଶ୍ୱର ଖଟାଇ, ପ୍ରଶାନ୍ତ କୁମାର ଶଗଡ଼ ସହଯୋଗ କରି ପରିଚାଳନା କରିଥିଲେ। ପରିଶେଷ ରେ ପ୍ରଶିକ୍ଷକ ସ୍ୱପ୍ନେଶ୍ୱର ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ବିଏମସି ନ୍ୟୁଜ୍ ଓଡି଼ଶା ।


