ବ୍ରହ୍ମପୁର ; ତା-୧୪/୦୧ ( ବିଏମସି ଟିଭି ଓଡ଼ିଆ)
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କେଶବ ପ୍ରଭାତ ଶାଖା ଦ୍ୱାରା ଆଜି ପ୍ରଭାତରେ ସ୍ଥାନୀୟ ନୀଳକଣ୍ଠେଶ୍ଵର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ମକର ସଂକ୍ରାନ୍ତି ଉତ୍ସବ ପାଳିତ ହୋଇ ସାରିଛି । ଏହି ଅବସରରେ ଶାଖା କାର୍ଯ୍ୟବାହ ବାସୁଦେବ ଅଧିକାରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ନିଖିଳ ଓଡିଶା ବିଶ୍ୱବିଦ୍ୟାଳୟ କର୍ମଚାରୀ ମହାସଂଘର ସଭାପତି ଡ ମିହିର କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱୟଂ ସେବକର ଭୂମିକା ଉପରେ ଆଲୋକପାତ କରିଥିଲେ । ଦୀନବନ୍ଧୁ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ମକର ଉତ୍ସବର ମହତ୍ୱ ବିଷୟରେ ଅବଗତ କରାଇଥିଲେ ଏବଂ ଉତ୍ସବ ସମ୍ପର୍କିତ କବିତା ସ୍ୱଲିଖିତ କବିତା ପାଠ କରିଥିଲେ । ଉପ ନଗର କାର୍ଯ୍ୟ ବାହ ସିମାଞ୍ଚଳ ପଣ୍ଡା ସଭାରେ ଅଧ୍ୟକ୍ଷତା କରି ମକର ପସାଦ ପୂଜା କରି ବଣ୍ଟନ କରିଥିଲେ । ଶାଖାର ମୁଖ୍ୟ ଶିକ୍ଷକ ଧିରେନ ପଟ୍ଟନାୟକ ଉତ୍ସବ ପରିଚାଳନା କରିଥିବା ବେଳେ ବୃନ୍ଦାବନ ଦାଶ ବ୍ୟକ୍ତିଗତ ସଂଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ୭୦ ଜଣ ସୂର୍ଯ୍ୟ ସେବକ ଯୋଗ ଦେଇଥିବା ବେଳେ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ପଦସ୍ଥ ଅଧିକାରୀ ଏବଂ ଆଚାର୍ଯ୍ୟ ସହଯୋଗ କରିଥିଲେ। ପରେ ପରେ ଶାଖା ତରଫରୁ ସିଟି ହାଇସ୍କୁଲ ଖେଳ ପଡିଆ ପଛ ରେ ଥିବା ହରିଜନ ବସ୍ତି ରେ ମଧ୍ୟ ଅନୁରୂପ ଉତ୍ସବ ପାଳନ ହୋଇଛି । ସେଥିରେ ମୁଖ୍ୟ ବକ୍ତା ଏବଂ ଉପ ନଗର କାର୍ଯ୍ୟବାହ ସିମାଞ୍ଚଳ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ଅଭିମନ୍ୟୁ ମେଧା ମୁଖ୍ୟ ଅତିଥି ରୂପେ ମଂଚାସୀନ ଥିଲେ , ମୁଖ୍ୟ ଶିକ୍ଷକ ଭୈରବ ମାଝୀ କାର୍ଯ୍ୟକ୍ରମ ପରି ଚାଳନା କରିଥିଲେ ।
ବ୍ରହ୍ମପୁର ରୁ ସିଟି ରିପୋର୍ଟର କାଳୀ ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


