ବିଏମସି ଟିଭି ଓଡ଼ିଆ
ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ଅନ୍ତ ପାଇଁ ଅଧିକାରୀ ମାନଙ୍କ ମଧ୍ୟରେ ଆଲୋଚନା ହୋଇଥିବା ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। ଯାହା ୪୭ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ପ୍ରଥମ ଶାନ୍ତି ଆଲୋଚନା।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଓ ଇରାନ ସଂସଦ ବାଚସ୍ପତି ମହମ୍ମଦ ବି. ଗାଲିବାଫଙ୍କ ମଧ୍ୟରେ ଆଲୋଚନାର ଆୟୋଜନ କରିଥିଲେ। ଆମେରିକା ପ୍ରତିନିଧିମଣ୍ଡଳରେ ସ୍ୱତନ୍ତ୍ର ଦୂତ ଷ୍ଟିଭ୍ ୱିଟକଫ ଏବଂ ଟ୍ରମ୍ପଙ୍କ ଜ୍ୱାଇଁ ଜାରେଡ୍ କୁଶନର ଯୋଗ ଦେଇଥିଲେ। ଇରାନର ପ୍ରତିନିଧିମଣ୍ଡଳରେ ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଆରାଘଚି ମଧ୍ୟ ଉପସ୍ଥିତ ଥିଲେ ।
ଫେବୃଆରୀ ଶେଷ ଭାଗରେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ସମନ୍ୱିତ ଆକ୍ରମଣ ଆରମ୍ଭ କରିବା ସମୟରେ ଯୁଦ୍ଧର ଆରମ୍ଭ ହୋଇଥିଲା। ଯୁଦ୍ଧରେ ଅତି କମରେ ୧୩ ଜଣ ଆମେରିକୀୟ ସେବା ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଶହ ଶହ ଆମେରିକୀୟ ସାମରିକ ସଦସ୍ୟ ଆହତ ହୋଇଛନ୍ତି। ସେହିଏପରି ଇରାନରେ ୩୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।

ବିଏମସି ନ୍ୟୁଜ୍ ଓଡି଼ଶା।


