ଡମପଡା ; ତା-୨୩/୦୩ ( ବିଏମସି ଟିଭି ଓଡ଼ିଆ)
ଆଜି ଡମପଡା ବ୍ଲକ ଅଧିନସ୍ଥ ଜାତମୁଣ୍ଡିଆ ପଞ୍ଚାୟତ ଭବନ ଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଙ୍କୀ ବ୍ଲକର ଜନସାଧାରଣ ଯୋଗଦେଇ ନିଜ ନିଜର ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ବିଭିନ୍ନ ଅଭିଯୋଗ ମଧ୍ୟରେ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା, କୃଷି,ରାଜସ୍ଵ, ଫୌଜଦାରୀ, ସ୍ୱାସ୍ଥ୍ୟ, ଶିକ୍ଷା,ପ୍ରଭୁତି ବିଭିନ୍ନ ସମସ୍ୟା ସମ୍ପକିତ ମୋଟ ୧୬୬ ଟି ଅଭିଯୋଗର ଶୁଣାଣୀ କରି ଉପସ୍ଥିତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ଦେଶ ପ୍ରଦାନ କରିଥିଲେ।

ଉକ୍ତ ଅଭିଯୋଗ ଶୁଣାଣି ଶିବିରରେ କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ବିନିତ୍ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ କମଳଜିତ୍ ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ପ୍ରଶାନ୍ତ କୁମାର ହୋତା, ଉପଜିଲ୍ଲାପାଳ ବାଙ୍କୀ ପ୍ରଣବ କୁମାର ବେହେରା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାଳକୃଷ୍ଣ କହଁର, ତହସିଲଦାର ବାଙ୍କୀ ଓ ଡମପଡା ଅଶେଷ କୁମାର ନାୟକ, ବୈଶାଖୀ ଲେଙ୍କାଙ୍କ ସମେତ ଜିଲ୍ଲା ଓ ଉପଖଣ୍ତର ସମସ୍ତ ଅଧିକାରୀଙ୍କ ସହିତ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶିବିରରେ ସହଯୋଗ କରିଥିଲେ।

ବାଙ୍କୀରୁ ସୁଶାନ୍ତ କୁମାର ନାୟକଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


