ବାଙ୍କୀ; ତା-୧୬/୦୪ ( ବିଏମସି ଟିଭି ଓଡ଼ିଆ)
ଦୀର୍ଘଦିନ ଧରି ବାଙ୍କୀବାସୀଙ୍କ ମୁଖ୍ୟ ସମସ୍ୟା ପାଲଟିଛି ବାଙ୍କୀ ରୁ କଟକକୁ ସଂଯୋଗ କରୁଥିବା ରାସ୍ତା।ଯାହାକି ବାଙ୍କୀବାସୀଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ଭାବେ ଏବେ ଛିଡ଼ା ହୋଇଛି ବାଙ୍କୀବାସୀଙ୍କ ସାମ୍ନାରେ। ପ୍ରତେକ ଦିନ ବ୍ୟବସାୟ, କଲେଜ୍ ରେ ପଢୁଥିବା ଛାତ୍ର ଛାତ୍ରୀ ଏବଂ ରୋଗୀଙ୍କର ଯାତାୟାତର ମୁଖ୍ୟ ରାସ୍ତା ହେଉଛି ବାଙ୍କୀ ରୁ କଟକକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତା।ଅନେକ ସମୟରେ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ବାହାରି ପାରିନି ବାଙ୍କୀ ପ୍ରଶାସନ ତରଫରୁ। ଯାହାକି ବାଙ୍କୀ ପ୍ରଶାସନର ପାରିବା ପଣିଆ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡୁଛି କିନ୍ତୁ ଏ ସମସ୍ୟା ଆଉ ବେଶିଦିନ ନୁହେଁ ବୋଲି ବାଙ୍କୀର ଯୁବ ସମାଜସେବୀ ଅବିନାଶ ପଟ୍ଟନାୟକ କହିଛନ୍ତି।ଦୀର୍ଘଦିନର ସମସ୍ୟା ବହୁତ୍ ଶୀଘ୍ର ସମାଧାନ ହେବା ପାଇଁ ଆଜି ବାଙ୍କୀ ଉପଜିଲ୍ଲାପାଳଙ୍କୁ ସାକ୍ଷାତକରି ଦାବିପତ୍ର ଦେଇଛନ୍ତି।ଅବିନାଶ ପଟ୍ଟନାୟଙ୍କୁ ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ଏକ ସପ୍ତାହ ମଧ୍ୟରେ ରାସ୍ତା କାମ ଆରମ୍ଭ ହେବ ଏବଂ ସମସ୍ୟାର ସମାଧାନ ବହୁତ୍ ଶୀଘ୍ର ହେବ। ଅନ୍ୟପଟରେ ଆଗାମି ଦିନରେ ଯଦି ସମସ୍ୟାର ସମାଧାନ ନହୁଏ ତେବେ ବିରାଟ ଆନ୍ଦୋଳନ ହେବ ବୋଲି ଯୁବସମାଜସେବି ଅବିନାଶ ପଟ୍ଟନାୟକ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି।

ବାଙ୍କୀରୁ ସୁଶାନ୍ତ କୁମାର ନାୟକଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


