ବଲାଙ୍ଗୀର ;ତା-୨୩/୦୭(ବିଏମସି ଟିଭି ଓଡ଼ିଆ)
ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓଙ୍କ ସବୁଜ ପତାକା; ପଶ୍ଚିମ ଓଡ଼ିଶାର ଶ୍ରଦ୍ଧାଳୁଙ୍କ ପାଇଁ ଐତିହାସିକ ସଂଯୋଗ
ପାଟଣାଗଡ଼, ୨୩.୦୭: ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କରରୁ ଶ୍ରୀଜଗନ୍ନାଥ ଧାମ ପୁରୀକୁ ସିଧାସଳଖ ବସ୍ ସେବାର ଆଜି ଶୁଭାରମ୍ଭ ହୋଇଛି। ମାନ୍ୟବର ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ ସବୁଜ ପତାକା ଦେଖାଇ ଏହି ବସ୍ ସେବାର ଶୁଭ ଉଦ୍ଘାଟନ କରିଥିଲେ।ଏହି ନୂତନ ବସ୍ ସେବା ଆରମ୍ଭ ହେବା ଫଳରେ ବଲାଙ୍ଗୀର ସମେତ ସମଗ୍ର ପଶ୍ଚିମ ଓଡ଼ିଶାର ହଜାର ହଜାର ଶ୍ରଦ୍ଧାଳୁ ଏବେ ବିନା ଯାନ ପରିବର୍ତ୍ତନରେ ସିଧାସଳଖ ଭାବେ ଶ୍ରୀଜଗନ୍ନାଥ ଧାମ ପୁରୀକୁ ଯାତ୍ରା କରିପାରିବେ। ଏହା ଧାର୍ମିକ ପର୍ଯ୍ୟଟନକୁ ନୂଆ ଦିଗ ଦେବା ସହ ସାଧାରଣ ଯାତ୍ରୀଙ୍କ ଯାତାୟାତକୁ ମଧ୍ୟ ଅଧିକ ସୁଗମ ଓ ସୁବିଧାଜନକ କରିବ ବୋଲି ମତ ପ୍ରକାଶ ପାଇଛି।ଉଦ୍ଘାଟନୀ ଉତ୍ସବରେ ସ୍ଥାନୀୟ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ବସ୍ ସେବା ସଂସ୍ଥାର ପ୍ରତିନିଧି, ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟ ଏବଂ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଉପସ୍ଥିତ ରହି ଏହି ପଦକ୍ଷେପକୁ ସ୍ୱାଗତ କରିଥିଲେ।
ସ୍ଥାନୀୟ ଲୋକଙ୍କ ମତରେ, ହରିଶଙ୍କର ପୀଠ ଓ ଶ୍ରୀଜଗନ୍ନାଥ ଧାମ ପୁରୀ ମଧ୍ୟରେ ସିଧାସଳଖ ବସ୍ ସେବା ଆରମ୍ଭ ହେବା ଫଳରେ କେବଳ ଧାର୍ମିକ ଯାତ୍ରା ନୁହେଁ, ବରଂ ପର୍ଯ୍ୟଟନ, ବାଣିଜ୍ୟ ଓ ଆଞ୍ଚଳିକ ସଂଯୋଗ ମଧ୍ୟ ଅଧିକ ସୁଦୃଢ଼ ହେବ।ଏହି ବସ୍ ସେବାକୁ ପଶ୍ଚିମ ଓଡ଼ିଶାର ଲୋକଙ୍କ ଦୀର୍ଘଦିନର ଦାବି ପୂରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।
ବଲାଙ୍ଗୀର ରୁ କଞ୍ଜର ମୁନା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


