ବ୍ରହ୍ମପୁର ; ତା-୦୮/୦୨ ( ବିଏମସି ଟିଭି ଓଡ଼ିଆ)
ରୋଟାରି କ୍ଲବ ଅଫ ବ୍ରହ୍ମପୁର ମିଡ଼ଟାଉନ ଏବଂ ସମ ହସ୍ପିଟାଲ ଶୀତଳପଲ୍ଲୀ ର ସହଯୋଗ ରେ ବ୍ରହ୍ମପୁର ସ୍ଥିତ ଅନ୍ଧ ପସରା ନିକଟ ସ୍ଥିତ ବ୍ଲାଇଣ୍ଡ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି। ସମ ହସ୍ପିଟାଲ ର ମୁଖ୍ୟ ଦେବୀପ୍ରସାଦ ଦାସ ଏବଂ ରୋଟାରୀ କ୍ଲବ ଅଫ ବ୍ରହ୍ମପୁର ମିଡ଼ଟାଉନ ର ସଭାପତି ରୋଟାରୀଆନ ସ୍ୱାଧୀନ କୁମାର ପାତ୍ର ସ୍ୱାସ୍ଥ୍ୟ ଶିବିରକୁ ଅନୁଷ୍ଠାନିକ ଭାବେ ଉଦାଘାଟନ କରିଥିଲେ । ଏହିସ୍କୁଲ ର ମୁଖ୍ୟ ଭବାନୀ ଶଙ୍କର ପାଢ଼ୀ ସମାଜକୁ କିଛି ବାର୍ତା ଦେଇ ନିଜର ଅଭିଭାଷଣ ରଖିଥିଲେ।

ପ୍ରାୟ ୧୦୦ ରୁ ଅଧିକ ଛାତ୍ରଛାତ୍ରୀ ମାନଙ୍କର ବିନା ମୂଲ୍ୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଏବଂ ମାଗଣା ରେ ମେଡ଼ିସିନ ବଣ୍ଟନ କରାଯାଇଥିଲା। ସମହସ୍ପିଟାଲର ଏହିପରି କାଯ୍ୟକ୍ରମ ଦେଖି ଛାତ୍ରଛାତ୍ରୀମାନଙ୍କ ଖୁସି ଦ୍ବିଗୁଣିତ ହୋଇ ଯାଇଥିଲା। ଏହିପରି କାଯ୍ୟକ୍ରମ ଆଗରୁ କେବେ ହୋଇନଥିଲା ବୋଲି ପରିପ୍ରକାଶ କରିଥିଲେ। ସମସ୍ତେ ସମ ହସ୍ପିଟାଲର ଗୁଣ ଗାନ କରିଥିଲେ।

ତାସହିତ ଏହି କାଯ୍ୟକ୍ରମରେ ସମ ହସ୍ପିଟାଲର ଡ଼କ୍ଟର ଅଯୋଧ୍ୟା ନାଥ ପାଢ଼ୀ ସୁପେରଟେଡେଣ୍ଟ , ଡ଼କ୍ଟର ପ୍ରିୟଜୀତ ପାଣିଗ୍ରାହୀ ଡେପୁଟି ସୁପେରଟେଡେଣ୍ଟ , ଡ଼କ୍ଟର ଦେବାଶିଷ ପରିଡା ମେଡ଼ିସିନ ସ୍ପେସିଆଲଲୀଷ୍ଟ , ଡାକ୍ତର ସୁପ୍ରିୟା ବେହେରା ଡେରମାଟୋଲୋଜିଷ୍ଟ, ଡାକ୍ତର ଦେବାଶିଷ ସାହୁ, ଡେଣ୍ଟିଷ୍ଟ, ଡାକ୍ତର ଆଦ୍ୟାଶା , ଆଇ ସ୍ପେସିଆଲଷ୍ଟ ଅର୍ଚନା ତ୍ରିପାଠୀ , ନର୍ସିଙ୍ଗ ସୁପେରିଣ୍ଟେଣ୍ଡେଣ୍ଟ ଦେବାଶିଷ ଏବଂ କାଁହୁ ହେଲପର ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ।

ଶେଷରେ ସମସ୍ତ ଡାକ୍ତର ଏବଂ ସ୍କୁଲ ର ମୁଖ୍ୟ ଭବାନୀ ଶଙ୍କର ପାଢ଼ୀ ଙ୍କୁ ରୋଟାରୀ କ୍ଲବ ବ୍ରହ୍ମପୁର ମିଡ଼ଟାଉନ ର ସଭାପତି ରୋଟାରୀଆନ ସ୍ୱାଧୀନ କୁମାର ପାତ୍ର ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସଂମ୍ମାନିତ କରିଥିଲେ। ପରିଶେଷରେ ସମସ୍ତେ ପ୍ରସାଦ ସେବନ କରି ଏହି କାଯ୍ୟକ୍ରମ କୁ ସଫଳ ମଣ୍ଡିତ କରିଥିଲେ।

ବ୍ୟୁରୋ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।



