
ଭୁବନେଶ୍ବର ; ତା-୨୫/୦୧ ( ବିଏମସି ଟିଭି ଓଡ଼ିଆ)
ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୭୭ ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶ ଓ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ରାଷ୍ଟ୍ରପତି କହିଲେ ଯେ, ପୂର୍ବଜମାନେ ଆମକୁ ରାଷ୍ଟ୍ରୀୟ ସାଂସ୍କୃତିକ ଏକତା ଶିଖାଇଛନ୍ତି। ରାଷ୍ଟ୍ରର ନବନିର୍ମାଣରେ ଯୁବବର୍ଗଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।. ଜନସେବାରେ ଜନ ପ୍ରତିନିଧିମାନେ କାମ କରୁଛନ୍ତି, ମତଦାନରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।.ମହିଳା ସଶକ୍ତିକରଣର ଏହା ବରିଷ୍ଠ ଉଦାହରଣ। ଦେଶର ବିକାଶରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି ପାଉଛି ବୋଲି ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ବିଏମସି ନ୍ୟୁଜ୍ ଓଡ଼ିଶା ।


