ରଣପୁର/ରାଜସୁନାଖଳା ; ତା-୩୧/୦୧ (ବିଏମସି ଟିଭି ଓଡ଼ିଆ)
ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ କାୟକଳ୍ପ ଟିମର ୫ ଜଣିଆ ସଦସ୍ୟ ଶନିବାର ଦିନ ଅପରାହ୍ନ ସମୟରେ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରର ପାରିପାର୍ଶିକ ସ୍ଥିତି ଅନୁଧ୍ୟାନ କରିବା ସହିତ ସ୍ୱାସ୍ଥ୍ୟକେନ୍ଦ୍ରର ପରିସ୍କାର ପରିଚ୍ଛନ୍ନତା, ବର୍ଜ୍ୟବସ୍ତୁ ପରିଚାଳନା, ପରିମଳ ବ୍ୟବସ୍ଥା ସମେତ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା କିପରି ମିଳୁଛି ତାହାର ତଦାରଖ କରିଥିଲେ ।

ଏହି କାୟାକଳ୍ପ ଟିମ ପକ୍ଷରୁ ଡ ବିଜୟ କୁମାର ଧଳ ଆଡିସନାଲ ଡାଇରେକ୍ଟ , ପ୍ରଶାନ୍ତ କୁମାର ଦାସ ବିଦ୍ୟାଳୟ ସ୍ବାସ୍ଥ୍ୟ ପରାମର୍ଶଦାତା, ସର୍ବେଶ୍ଵର ସାହୁ ପି ଏଚ ଏଫ୍ ଆଇ, ପ୍ରକାଶ ଚନ୍ଦ୍ର ବାନାର୍ଜୀ ଡି ପି ଏ ମ, ସନନ୍ତ କୁମାର ମହାପାତ୍ର ପ୍ରମୁଖ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ବେଳେ ରୋଗୀ ମାନଙ୍କ ପାଇଁ ପଡ଼ିଥିବା ବେଡ ଉପରେ କୌଣସି ବେଡସିଟି ପଡିନଥିବା ଦେଖିବାକୁ ପାଇଥିଲେ । ରୋଗୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଗାଧୁଆ ଘର , ପାଇଖାନା , ପରିଶ୍ରାଗାର ଗୁଡିକର ଆଗରେ ପାପୋଛର ରହିବାର ବ୍ୟବସ୍ଥା ଥିବା ବେଳେ ତାହା ନ ଥିଲା , ପ୍ରସୂତିଙ୍କ ପାଇଁ ଯୋଗ କକ୍ଷରେ କୌଣସି ଯୋଗ ପାଇଁ ବ୍ୟବସ୍ଥା କରା ନ ଯାଇ ସିକ୍ୟୁରିଟିମାନେ ରହୁ ଥିବାର ଦେଖିବାକୁ ମିଳି ଥିଲା । ଏଥି ସହିତ ପ୍ରସୂତି ଗୃହକୁ ଯିବା ପାଇଁ ଅତି ନିମ୍ନମାନର ଚପଲ ବ୍ୟବହାର ହେଉ ଥିବାର ଦେଖିବାକୁ ମିଳିଛି ।

ଏ ପ୍ରକାର ଅବ୍ୟବସ୍ଥା ନେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଓ କର୍ମଚାରୀଙ୍କୁ ତାଗିଦ୍ କରିଥିଲେ । ପରେ ତରବରିଆ ଭାବେ ରୋଗୀଙ୍କ ବେଡ ଉପରେ କର୍ମଚାରୀମାନେ ବେଡସିଟି ପକାଇବା ସହିତ ସଫାସୁତରା କରିଥିଲେ । ଏଥି ସହିତ ସ୍ଥାନୀୟ ଅଞ୍ଚଳର କିଛି ବୁଦ୍ଧିଜିବିମାନେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ୟା ସମ୍ପର୍କରେ ଅଭିଯୋଗ କରି ଥିଲେ । ଏଥି ପ୍ରତି ସରକାର ଦୁଷ୍ଟି ଦେବାପାଇଁ ସାଧାରଣରେ ଦାବି ହୋଇଛି ।

ରଣପୁର ରୁ ମାନସ କୁମାର ସାହୁଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


