ମାଲକାନଗିରି ; ତା-୦୫/୦୮ ( ବିଏମସି ଟିଭି ଓଡ଼ିଆ)
ମାଲକାନଗିରି ଜିଲ୍ଲା ଓର୍କେଲ ଥାନାରେ ନୂତନ ଆଇଆଇସି ଭାବେ ଯୋଗ ଦେଲେ ରିଗନ କିଣ୍ଡୋ । ପୂର୍ବରୁ ଥିବା ଆଇଆଇସି ଦେବଦ୍ଦତ ମଲ୍ଲିକ ଙ୍କୁ ମାଲକାନଗିରି ଥାନାକୁ ବଦଳି ହୋଇଛି। ସେ ଗତ ୨୪ଜୁନ ମାସରେ ଓର୍କେଲ ଥାନାରେ ଯୋଗ ଦେଇଥିଲେ। ଆଜି ମାଲକାନଗିରି ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ବାଲିମେଳା ଶାଖା ତରଫରୁ ନୂତନ ଆଇଆଇସି ଶ୍ରୀ କିଣ୍ଡୋ ସହିତ ସାକ୍ଷାତ କରି ସହରର ଟ୍ରାଫିକ ସମସ୍ୟା, ବେଆଇନ ପାର୍କିଂ, ରାସ୍ତାରେ ଗାଈ ଗୋରୁ ପ୍ରଦର୍ଭାଵ, ଯୁବକ ମାନେ ନିଶା ସେବନ ନିବୃତ କରିବା, ସାଇବର ଅପରାଧ ଆଦି ନୂତନ ଥାନା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ନୂତନ ଥାନା ଅଧିକାରୀ ଶ୍ରୀ କିଣ୍ଡୋ କହିଛନ୍ତି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବି। ଏହି ସମୟରେ ବାଲିମେଳା ଶାଖା ସଭାପତି ରବି ରଶ୍ମି ଗୁରୁ, କୋରୁକୋଣ୍ଡା ଶାଖା ସଭାପତି ଶିବ ଦତ୍ତ ସାହୁ, ପ୍ରଦୀପ କୁମାର ରାଉଳ, ଶୁଭାଶିଷ କର, ଦେବୀ ପ୍ରସାଦ ସ୍ୱାଇଁ, ଦିଲୀପ ଦାସ, ରାକେଶ କୁଲଦୀପ, ଚନ୍ଦ୍ର ଶେଖର ମହାନ୍ତି ଆଦି ଉପସ୍ଥିତ ଥିଲେ।
ମାଲକାନଗିରି ରୁ ଦିଲ୍ଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା ।


