ଢେଙ୍କାନାଳ ;ତା-୧୧/୦୯(ବିଏମସି ଟିଭି ଓଡ଼ିଆ)
ଢେ଼ଙ୍କାନାଳ ମହିଷାପାଟ ୫୫ ନମ୍ବର ଜାତୀୟ ରାଜପଥ ରାସ୍ତା ଉପରେ ଏକ ଓଲା ଇଲେକ୍ଟ୍ରିକ୍ ସ୍କୁଟରରେ ହଠାତ୍ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଛି। ସ୍କୁଟରଟି ସମ୍ପୂର୍ଣ ଜଳି ନଷ୍ଟ ହୋଇଯାଇଛି। ସୂଚନା ଅନୁସାରେ,ରାସ୍ତା ଉପରେ ଥିବା ବେଳେ ସ୍କୁଟରର ବ୍ୟାଟେରୀରୁ ହଠାତ୍ ଧୂଆଁ ବାହାରିବା ପରେ ବିସ୍ଫୋରଣ ହୋଇଥିଲା। ମୁହୂର୍ତ୍ତକ ମଧ୍ୟରେ ନିଆଁ ବ୍ୟାପି ଯାଇଥିଲା। ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଥିଲା। ସୌଭାଗ୍ୟବଶତଃ କୌଣସି ମଣିଷ ଆହତ ହୋଇ ନାହାଁନ୍ତି। ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଓଲା ସ୍କୁଟରରେ ବାରମ୍ବାର ନିଆଁ ଲାଗିବା ଘଟଣା ଏବେ ପୁଣି ଥରେ ଏହାର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଢେଙ୍କାନାଳ ରୁ ବିଭୁପ୍ରସାଦ ଶତପତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


