ଢେଙ୍କାନାଳ ;ତା-୨୮/୦୯(ବିଏମସି ଟିଭି ଓଡ଼ିଆ)
ସୂଚନା କ୍ରମେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ପାଟଲା ମଙ୍ଗଳା ସାହିର ବିଷ୍ଣୁ ନାଏକ ଦୁଇଦିନ ତଳେ ନିଜର ଧାନଜମିକୁ ଦେଖିବାକୁ ଯାଇ ଘରକୁ ଫେରିନଥିଲେ। ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇନଥିଲେ । ଶେଷରେ ନିରାଶହୋଇ ବାଲିମୀ ଥାନାରେ ଏକ ନିଖୋଜ ମାମଲା କରିଥିଲେ। ତେବେ ଆଜି ସକାଳ ସମୟରେ ଲୋକମାନେ ନିଜର ଧାନଜମିକୁ ଯିବାବେଳେ ବିଷ୍ଣୁଙ୍କର ମୃତଦେହ ଧାନଜମିରେ ପଡିଥିବା ଦେଖିବାକୁ ପାଇଥିଲେ। ପାରିପାର୍ଶ୍ବିକ ସ୍ଥିତି ଦେଖି ଏହା ହାତୀ ଆକ୍ରମଣ ଜନିତ ମୃତ୍ୟୁ ହୋଇଥାଇ ପାରେ ବୋଲି ଅନୁମାନ କରି ସଙ୍ଗେ ସଙ୍ଗେ ତାଙ୍କ ପରିବାରଲୋକ ଓ ବନବିଭାଗକୁ ଏ ସଂପର୍କରେ ଜଣାଇଥିଲେ।ଘଟଣାସ୍ଥଳରେ ବନବିଭାଗ ପହଂଚି ତଦନ୍ତ ଜାରି ରଖିଛି। ଶବ ବ୍ୟବଚ୍ଛେଦ ପାଇଁ ହିନ୍ଦୋଳ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ କୁ ପଠାଇ ଦିଆଯାଇଛି। ହିନ୍ଦୋଳରେ ହାତୀ ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ଧରୁନି। କେବେ ଏଥିରେ ପୂର୍ଣ୍ଣଛେଦ ପଡିବ ତା ପାଇଁ ବି ସରକାର ଓ ପ୍ରଶାସନ ଆବଶ୍ୟକୀୟ ପଦକ୍ଷେପ ନେଉ ନଥିବା ଏବେ ହିନ୍ଦୋଳ ବାସୀଙ୍କ ମଧ୍ୟରେ ଆଲୋଚନା ର ବିଷୟ।
ଢେଙ୍କାନାଳ ରୁ ବିଭୁପ୍ରସାଦ ଶତପତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


