ଢେଙ୍କାନାଳ ;ତା-୦୫/୦୬(ବିଏମସି ଟିଭି ଓଡ଼ିଆ)
ସୂଚନା କ୍ରମେ ଗତକାଲି ଅପରାହ୍ନ ଚାରି ଘଟିକା ସମୟ ରେ ଜନୈକା ବିଧବା ମହିଳା ନାମ ସୌଦା ରାଉତ(୬୬), ସ୍ବାମୀ ରବି ରାଉତ, ଗ୍ରାମ ବମ୍ପା,ଥାନା ରାସୋଳ ନିକଟସ୍ଥ କାଜୁ ଜଙ୍ଗଲ କୁ ଯାଇଥିବା ବେଳେ ବଣୁଆ ମଇଁଷି ଆକ୍ରମଣରେ ଗୁରୁତର ଆହତ ହୋଇ ପଡ଼ିଥିଲେ।ତେବେ ଗୁରୁତର ଆହତ ଅବସ୍ଥାରେ ଗ୍ରାମବାସୀ ଙ୍କ ସହାୟତା ରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ନିଆଯାଇଥିଲା।ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି। ସରକାର ଙ୍କ ତରଫରୁ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି।
ଢେଙ୍କାନାଳ ରୁ ବିଭୁପ୍ରସାଦ ଶତପତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


