ବୋଲଗଡ଼ ; ତା-୨୦/୧୨ ( ବିଏମସି ଟିଭି ଓଡ଼ିଆ )
ଖୋଦ୍ଧା ଜିଲ୍ଲା ବୋଲଗଡ଼ ସ୍ଥିତ ସରକାରୀ ବାମନ ଉଚ୍ଚବିଦ୍ୟାଳୟ ଖେଳ ପଡ଼ିଆରେ ୨୪ତମ ଜାନକୀ ପାଢ଼ୀ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ବୋଲଗଡ ଫ୍ରେଣ୍ରସ କ୍ଳବ ଆନୁକୂଲ୍ୟରେ ତଥା ବୋଲଗଡ଼ ମହୋତ୍ସବର ପ୍ରାକ୍ କାର୍ଯ୍ୟକ୍ରମ ଅଂଶ ବିଶେଷ ଭାବେ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।

ଶନିବାର ଦିନ ଫାଇନାଲ ମ୍ୟାଚ୍ ଖୋର୍ଦ୍ଧା ଜିଲ୍ଲାର ପାଇକ ତିଗିରିଆ ଓ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଇଟାମାଟିର ଯଦୁମଣି କୁବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଖେଳର ପ୍ରଥମାର୍ଦ୍ଧରେ ତିଆରିଆ ଦଳ ୨-୦ ଗୋଲରେ ଅଗ୍ରଣୀ ରହିଥିଲା । ୨ୟାର୍ଦ୍ଧରେ ଇଟାମାଟି ଦଳ ଗୋଟିଏଗୋଲ ପରିଶୋଧ କରିଥିଲାବେଳେ ପୁଣି ତିଗିରିଆଦଳ ଆଉ ଗୋଟିଏ ଗୋଲ ଦେଇ ଦଳକୁ ୩-୧ରେ ଅଗ୍ରଣୀ କରି ବିଜୟ ଲାଭ କରିଥିଲା । ଚମ୍ପିଆନ ପାଇକ ତିଗିରିଆଦଳକୁ ଆୟୋଜକ ଅନୁଷ୍ଠାନ ପକ୍ଷରୁ ରନିଂକପ ଓ ନଗଦ ପାଞ୍ଚହକାର ଟଙ୍କା , ରନର୍ସଅଫ ଇଟାମାଟି ଯଦୁମଣି କ୍ଳବକୁ ରନିଂକପ୍ ଓ ନଗଦ ତିନି ହଜାର ଟଙ୍କା ମୁଖ୍ୟଅତିଥି ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନୀୟ ଅତିଥି ଭାବେ ସମବାୟ ବିତ ଲଲାଟେନ୍ଦୁ କେଶରୀ ସିଂ , ସଂସ୍କୃତିପ୍ରେମୀ ମନୋଜ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଏହି ଖେଳକୁ ପରିଚାଳନା କରିଥିଲେ ମିର୍ଜା ସିରାଜୁଦ୍ଦିନ ବେଗ୍, ଚ଼ିତ୍ତରଞ୍ଜନ ପରିଡ଼ା , ସଞ୍ଜୟ ଫତେସିଂ , ବୈକୁଣ୍ଠ ମହାପାତ୍ର, ଫ୍ରେଣ୍ରେସ୍ କ୍ଲବର ସଭାପତି ଭଞ୍ଜ କିଶୋରଯତି , ଅଶ୍ୱିନି ପଟ୍ଟନାୟକ , ଜିତେନ୍ଦ୍ରମାର୍ଥା, ବୀରଦାସ ପ୍ରମୁଖ ଏହି ଟୁର୍ଣ୍ଣାମେଣ୍ଟକୁ ସଫଳତାର ସହ ଆୟୋଜନ କରିଥିଲେ ।

ଏହି ଅବସରରେ ଦିଶାଟ୍ରେଡ଼ର୍ସ ପକ୍ଷରୁ ଲଟେରୀ ଉଠାଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଜାନକୀ ପାଢ଼ୀ ମେମୋରିଆଲ ଫାଇନାଲ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଦେଖିବା ପାଇଁ ବୋଲଗଡ ବ୍ଲକ ଅଞ୍ଚଳରୁ ସହସ୍ରାଧିକ ଜନସାଧାରଣଙ୍କ ଭିଡ଼ ଜମିଥିଲା।

ଖୋଦ୍ଧା ଜିଲ୍ଲା ବୋଲଗଡ଼ ରୁ ରୁଦ୍ର ମାଧବ ସାହୁ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


