ସମ୍ବଲପୁର/ଗୋଡଭଗା:ତା.୧୮/୧୨(ବିଏମସିଟିଭି ଓଡିଆ)
ବରଗଡ ଜିଲ୍ଲା ଅନ୍ତର୍ଗତ ବରପାଲି ସମଲେଶ୍ଵରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ସୁନାଙ୍କ ସଭାପତିତ୍ଵରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା । ମୁଖ୍ୟଅତିଥି ଦୁଇ ନମ୍ବର କ୍ଲଷ୍ଟର୍ର ସିଆରସିସି ରବିନାରାୟଣ ମହାପାତ୍ର ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟର ଉପସଭାଧ୍ୟକ୍ଷ ସଂଗୀତା ରାଉତ ଓ କମିଟି ସଦସ୍ୟ ନିର୍ବାଚନ ଭୋଇ ଯୋଗ ଦେଇଥିଲେ। ଏହି କ୍ରୀଡା ପ୍ରତିଯୋଗିତା ଗତ ଡିସେମ୍ବର ୧୬ ଓ ୧୭ ତାରିଖ ଦୁଇଦିନ ଧରି ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆ ପରିସରରେ ଆୟୋଜିତ ହୋଇଥିଲା। ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ତିନୋଟି ଗ୍ରୁପରେ ବିଭକ୍ତ କରାଯିବା ସହିତ ସାମିଲ ହୋଇଥିବା ୨୨ଟି ପ୍ରତିଯୋଗିତାରେ ଭାଗ ନେଇଥିଲେ । ସିନିଅର ଗ୍ରୁପ ବାଳକ ବିଭାଗରେ ସୌମ୍ୟ ରଞ୍ଜନ ଜାନି ଓ ବାଳିକା ବିଭାଗରେ ଅର୍ଚ୍ଚିତା ଗଡତିଆ ଚମ୍ପିୟାନ ହୋଇଥିଲେ। କ୍ରୀଡ଼ା ଶିକ୍ଷକ ସୌଭାଗ୍ୟ ରଞ୍ଜନ ବିଶ୍ୱାଳ ଓ ଅତିଥି କ୍ରୀଡ଼ା ଶିକ୍ଷକ ମନୋଜ କୁମାର ସାହୁ, ଶୁଭେନ୍ଦୁ ସାହୁ ଓ ସାକେତ ରଞ୍ଜନ ବେହେରା ସମସ୍ତ ପ୍ରତିଯୋଗିତା ପରିଚାଳନା କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ ସ୍ୱପ୍ନାବତୀ ଭୋଇ, ପଦ୍ମାବତୀ ବାଗ, ସୁନୀତାରାଣୀ ପ୍ରଧାନ, ଇତିଶ୍ରୀ ତ୍ରିପାଠୀ, ସଂଗୀତା ମିଶ୍ର, ବିନୋଦିନୀ ରାଉତ ଓ ପୁଷ୍ପାଞ୍ଜଳି ପାଣିଗ୍ରାହୀ ସକ୍ରୀୟ ସହଯୋଗ କରିଥିଲେ। ଶେଷରେ ଅତିଥି ଖେଳ ଶିକ୍ଷକ ମାନଙ୍କୁ ବିଦ୍ୟାଳୟ ତରଫରୁ ସମ୍ମାନୀତ କରାଯାଇଥିଲା। ଆୟୋଜିତ ସଭା ଶେଷରେ ମକରଧ୍ବଜ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।
(ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା)
ସମଲେଶ୍ଵରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ାତ୍ସୋବ ଅନୁଷ୍ଠିତ


