ବାଲିପାଟଣା ; ତା-୧୪/୦୫ ( ବିଏମସି ଟିଭି ଓଡ଼ିଆ)
ରାଜଧାନୀ ଉପକଣ୍ଠ ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ତୁରିନ୍ତିରା ସ୍ଥିତ ମହାବୀର ଛକ ଏକ ଜଳଖିଆ ଦୋକାନରେ ଜଣେ ଯୁବକ ରଶି ଲଗାଇ ଝୁଲି ପଡ଼ିଛନ୍ତି । ମୃତ ଯୁବକ ହେଲେ ଗୁଆପୁର ପଞ୍ଚାୟତ ବସନ୍ତଡିହ ଗ୍ରାମର ରାଜ କିଶୋର ସାହୁଙ୍କ ପୁଅ ଶିଵ ପ୍ରସାଦ ସାହୁ । ବାପା ବଜାର ଉପରେ ମଦ ପିଉଥିବା ଦେଖି ସହି ପାରିଲା ନାହିଁ ପୁଅ । ବାରମ୍ବାର ବାପାଙ୍କୁ ମଦ ପିଇବା ପାଇଁ ପୁଅ ବାରଣ କରି ଆସୁଥିଲା । ବାପା ସୁଧୁରି ନ ଥିଲେ । ଆଜି ଶେଷରେ ନିଜ ଦୋକାନ ଭିତରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛି ।
ସୂଚନା ମୁତାବକ ରାଜ କିଶୋରଙ୍କ ଗୋଟିଏ ପୁଅ ଏବଂ ଝିଅ ଅଛନ୍ତି । ଶିଵ ଘରର ବଡ଼ ପୁଅ । ମହାବୀର ଛକରେ ବାପା ରାଜୁ ଦୀର୍ଘ ବର୍ଷ ହେଲା ଜଳଖିଆ ଦୋକାନ କରିଛନ୍ତି । ସେଥିରୁ ଯାହା ରୋଜଗାର ହୁଏ ପରିବାର ଚଳେ । ହେଲେ ରାଜୁ ସବୁବେଳେ ମଦ ନିଶାରେ ଚୁର ରହୁଥିଲେ । ଦୋକାନ ରୁ ଯାହା ରୋଜଗାର ହୁଏ ପ୍ରଥମେ ମଦ କିଣି ପିଇ ଦିଅନ୍ତି ବାପା । ପରିବାର କଳହ ଏବଂ ଅଭାବ ଅନାଟନରେ ଚଳୁଥିଲା।
ବାପାଙ୍କୁ ମଦ ନ ପିଇବା ପାଇଁ ଶିଵ ବହୁତ ବୁଝେଇଥିଲା , ହେଲେ ମଦ୍ୟପ ବାପା ପୁଅର କୌଣସି କଥା ଶୁଣି ନଥିଲେ।
ଶିଵ ଜଣେ ଶାନ୍ତ, ସରଳ ଏବଂ ମେଳାପୀ ପିଲା ଥିଲେ । ସେ ବାଲିପାଟଣା ସ୍ଥିତ ଶିଶୁ ଅନନ୍ତ ମହାବିଦ୍ୟାଳୟରେ ଯୁକ୍ତ ୩ ( କଳା ବିଭାଗ )ର ଶେଷ ବର୍ଷର ଛାତ୍ର ଥିଲେ । ବାପାଙ୍କୁ ମଦ ନ ପିଇବା ପାଇଁ ଶିଵ ବହୁତ ବୁଝେଇଥିଲା । ହେଲେ ମଦ୍ୟପ ବାପା ପୁଅର କୌଣସି କଥା ଶୁଣି ନଥିଲେ। ସେଥିପାଇଁ ପୁଅ ଶିଵ ମନସ୍ତାପରେ ରହୁଥିଲେ । ଆଜି ସକାଳୁ ଶିଵ ଜଳଖିଆ ଦୋକାନରେ ବାପାଙ୍କୁ କାମରେ ସାହାଯ୍ୟ କରିଥିଲେ । ବେପାର ବନ୍ଦ ହେବା ପରେ ଦୋକାନ ବନ୍ଦ କରିବାକୁ କହି ବାପା ରାଜୁ ସେଲୁନକୁ ଚୁଟି କାଟିବାକୁ ଯାଇଥିଲେ । ଶିଵ ପ୍ରାୟ ୧୨ଟା ବେଳେ ନିକଟସ୍ଥ ତୁରିନ୍ତିରା ପଞ୍ଚାୟତ ଅଫିସ ବ୍ୟାଙ୍କକୁ ଟଙ୍କା ପଇଠ ପାଇଁ ଯାଇଥିଲା ।
ସେଠାରୁ କାମ ସାରି ଫେରିବା ବେଳେ ବାପା ବଜାରରେ ମଦ ପିଉଥିବା ଶିଵ ଦେଖିଥିଲେ । ପ୍ରାୟ ଦିନ ୧ଟା ବେଳେ ଶିଵ ମାନସିକ ଭାରସାମ୍ୟ ହରାଇ ଦୋକାନ ଘର ଶେଣୀରେ ରଶି ଲଗାଇ ଝୁଲି ପଡ଼ିଥିଲେ । ବାପା ଫେରିବା ପରେ ପୁଅ ଚପଲ ବାହାରେ ଥୋଇ ଦୋକାନ କବାଟ ଭିତର ପଟୁ କିଳି ଦେଇଥିବା ଦେଖିଥିଲେ । କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରାଯାଇଥିଲା । ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ବାଲିପାଟଣା ପୁଲିସ ଉପସ୍ଥିତରେ ଶିଵଙ୍କ ମର ଶରୀରକୁ କ୍ୟାପିଟାଲ ହସ୍ପିଟାଲ ପଠା ଯାଇଥିଲା । ତୁରିନ୍ତିରା ଅଞ୍ଚଳ ରେ ଶିଵଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି । ପ୍ରିୟ ଶିଵକୁ ହରାଇ ସମ୍ପର୍କୀୟ ଓ ଗ୍ରାମବାସୀ ମର୍ମାହତ ହୋଇ ପଡିଛନ୍ତି ।

ବିଏମସି ନ୍ୟୁଜ୍ ଓଡ଼ିଶା ।


