ନୂଆଦିଲ୍ଲୀ ; ତା-୨୫/୦୪ ( ବିଏମସି ଟିଭି ଓଡ଼ିଆ)
ଗୌରବ ଓ ସମ୍ମାନର ଏକ ଅତ୍ୟନ୍ତ ଗରିମାମୟ ଅବସରରେ ନିରଞ୍ଜନ ବିଶି ,ପୂର୍ବତନ ରାଜ୍ୟସଭା ସାଂସଦ ଓ ପ୍ରସିଦ୍ଧ ଆଇନ ବ୍ୟକ୍ତିତ୍ୱଙ୍କୁ ଇଣ୍ଡିଆନ କାଉନସିଲ ଅଫ ଜୁରିଷ୍ଟ ଓ ଅଲ ଇଣ୍ଡିଆ ବାର ଆସୋସିଏସନ ପକ୍ଷରୁ ପ୍ରତିଷ୍ଠିତ “ପ୍ଲାକ୍ ଅଫ ଅନର” ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ଭବ୍ୟ ସମାରୋହ ଦିଲ୍ଲୀ ସ୍ଥିତ ଭାରତୀୟ ଆଇନ ପ୍ରତିଷ୍ଠାନ ରେ ଅନୁଷ୍ଠିତ ହୋଇଥିଲା।
ସୁପ୍ରିମ କୋର୍ଟ, ହାଇକୋର୍ଟ ଏବଂ ଭାରତର ବିଭିନ୍ନ ରାଜ୍ୟର ନ୍ୟାୟାଳୟ ଗୁଡ଼ିକରେ କାର୍ଯ୍ୟରତ ଆଇନଜୀବୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ଶ୍ରୀ ବିଶି ଙ୍କ ଉତ୍କୃଷ୍ଟ ବୃତ୍ତିଗତ ସେବା, ସତ୍ୟନିଷ୍ଠା, ସମର୍ପିତ କାର୍ଯ୍ୟ, ଉଚ୍ଚକୋଟିର ବକ୍ତୃତ୍ୱ, ଗଭୀର ଆଇନ ଜ୍ଞାନ ଓ ନ୍ୟାୟ ଏବଂ ଆଇନର ଶାସନ ପ୍ରତି ଅଟୁଟ ପ୍ରତିବଦ୍ଧତା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ଏହି ସମ୍ମାନ ଡ଼. ଆଦିଶ ଅଗ୍ରୱାଲ , ଇଣ୍ଡିଆନ କାଉନସିଲ ଅଫ ଜୁରିଷ୍ଟସ୍ ଓ ଅଲ୍ ଇଣ୍ଡିଆ ବାର ଆସୋସିଏସନର ଅଧ୍ୟକ୍ଷଙ୍କ ହସ୍ତରେ, ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିବର୍ଗଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା।
ସମ୍ମାନ ସମାରୋହରେ ଦେଶର ବରିଷ୍ଠ ନ୍ୟାୟବିଦ, ଅଧିବକ୍ତା, ଆଇନ ବିଶେଷଜ୍ଞ, ଶିକ୍ଷାବିଦ ଓ ଅନେକ ଗରିମାମୟ ବ୍ୟକ୍ତିତ୍ୱଙ୍କ ଉପସ୍ଥିତି ଥିଲେ ଏହି ସମ୍ମାନ ଶ୍ରୀ ବିଶିଙ୍କ ଆଇନ କ୍ଷେତ୍ର ଓ ସାର୍ବଜନୀନ ଜୀବନରେ ଉଲ୍ଲେଖନୀୟ ଅବଦାନକୁ ଗୁରୁତ୍ୱ ପ୍ରଦାନ କରୁଛି। ନିରଞ୍ଜନ ବିଶି ଏହି ସମ୍ମାନ ପାଇଁ କୃତଜ୍ଞତା ଜଣାଇ ସମାଜସେବା, ସମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା ଓ ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବାରେ ନିରନ୍ତର କାର୍ଯ୍ୟରତ ରହିବେ ବୋଲି କହିଛନ୍ତି। ଏହି ପ୍ରତିଷ୍ଠିତ ସମ୍ମାନ ଓଡ଼ିଶା ସହ ସମଗ୍ର ଦେଶ ପାଇଁ ଗର୍ବ ଓ ଆନନ୍ଦର ବିଷୟ ।

ବିଏମସି ନ୍ଯୁଜ୍ ଓଡ଼ିଶା ।


