ଖୋଦ୍ଧା / ଟାଙ୍ଗି ; ତା-୨୭/୧୧ ( ବିଏମସି ଟିଭି ଓଡ଼ିଆ)
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଆନ୍ତର୍ଗତ କୁହୁଡି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମି ସମେତ ଅନ୍ୟାନ୍ୟ ସମସ୍ୟାର ତୁରନ୍ତ ସମାଧାନ ପାଇଁ ତିନି ଦଫା ଦାବୀ ସମ୍ବଳିତ ଦାବୀପତ୍ର ସ୍ଥାନୀୟ ଜନସାଧାରଣ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ପ୍ରଦାନ କରାଯାଇଛି।

ପ୍ରଥମ ଦାବୀ-ସ୍ଥାୟୀ ଏମବିବିଏସ ଡାକ୍ତରଙ୍କ ଦିପୁଟେସନ ବନ୍ଦ କରି କୁହୁଡି ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟମିତ କରିବା।
ଦ୍ୱିତୀୟ ଦାବୀ- କେନ୍ଦ୍ରର ମର୍ମାସିଷ୍ଟଙ୍କ ଅବସର ଏକ ବର୍ଷ ବିତି ଯାଇଥିଲେ ସୁଦ୍ଧା ନୂତନ ମର୍ମାସିଷ୍ଟକୁ ନିଯୁକ୍ତି ନମିଳିବା। ଯାହା ଫଳରେ ଔଷଧ ବିତରଣ ପ୍ରଦାନରେ ସମସ୍ୟା ଉପୁଜିବା।
ତୃତୀୟ ଦାବୀ-ସ୍ୱାସ୍ଥ୍ୟ କେନ୍ଦ୍ରରେ ଫିଜିଓଥେରାପି ଗୃହ, ଡ୍ରେସିଂ ଗୃହ, ଡାକ୍ତର, ସହାୟକ ଓ କର୍ମଚାରୀ ଙ୍କ ପାଇଁ ରହଣି ଗୃହ ନିର୍ମାଣ। ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଦାବୀ ପତ୍ର ଗ୍ରହଣ କରି ମୁଖ୍ୟ ଚିକିତ୍ସାଧିକାରୀ ଜଣାଇଛନ୍ତି।

ଏଠାରେ ପ୍ରକାଶ ଥାଉକି , ଟାଙ୍ଗୀ ବ୍ଲକ ଅଧିନସ୍ଥ କୁହୁଡି, ରତନପୁର, କୁଞ୍ଜୁରୀ ଗ୍ରାମପଞ୍ଚାୟତ ସମେତ ଚିଲିକା ବ୍ଲକ ଅନ୍ତର୍ଗତ ଚକଡିପୁର, ବିରିବାଡ଼ି, ତାରାପି, ହାଟ ବରଡ଼ି ଓ ଆଖପାଖର ହଜାର ହାଜର ଜନସାଧାରଣ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପାଇଁ କୁହୁଡି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି। ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରତିଦିନ ଶତାଧିକ ରୋଗୀ ଚିକିତ୍ସା ପାଇଁ ଆସନ୍ତି। ରୋଗୀ ଭିଡ଼ କମାଇବା ପାଇଁ ସରକାର ପକ୍ଷରୁ ଏଠାରେ ଜଣେ ଆୟୁଷ ଡାକ୍ତର ଓ ଜଣେ ସ୍ଥାୟୀ ଏମବିବିଏସ ଡାକ୍ତର ନିଯୁକ୍ତି ପ୍ରଦାନ କରିଛନ୍ତି।

ତେବେ ଏଠାରେ ଥିବା ସ୍ଥାୟୀ ଏମବିବିଏସ ଡାକ୍ତରଙ୍କୁ କୁହୁଡିରୁ ଅନ୍ୟ ଏକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସପ୍ତାହକୁ ୩ଦିନ ପାଇଁ ଦିପୁଟେସନ ପଠାଯାଉଛି । ଯାହା ଫଳରେ କୁହୁଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ସାଧାରଣ ଚିକିତ୍ସାରେ ବ୍ୟାଘାତ ଘଟୁଛି। ଯାହା ଫଳରେ ବହୁ ଆଶା ଭରସା ନେଇ ଦୂର ଦୁରାନ୍ତରୁ ଖର୍ଚ୍ଚାନ୍ତ ହୋଇଆସିଥିବା ରୋଗୀ। ନିରାଶ ହୋଇ ଘରୋଇ ମେଡିକାଲ କୁ ଯିବାପାଇଁ ବାଧ୍ୟ ହେଉଛନ୍ତି। କୁହୁଡି କଲେଜ, ସ୍କୁଲ, ରେଳ ଷ୍ଟେସନ,ବ୍ୟାଙ୍କ, ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ, କୁହୁଡି ବଜାର ସମେତ ଅନେକ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନକୁ ଆସୁଥିବା ଶହଶହ ଲୋକ ବେଳେ ବେଳେ ଆକସ୍ମିକ ଘଟଣା ସମୟରେ ରୋଗୀ ପ୍ରାଥମିକ ଚିକିତ୍ସା ନପାଇ ମୃତ୍ୟୁ ମୁଖରେ ପଡୁଛନ୍ତି।

ବିଏମସି ନ୍ୟୁଜ୍ ଓଡ଼ିଶା ।


