ମାଲକାନଗିରି ; ତା-୧୭/୧୨ ( ବିଏମସି ଟିଭି ଓଡ଼ିଆ)
ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ସରକାରୀ (ଏସ ଏସ.ଡି) ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରିଡ଼ା ଉତ୍ସବ ୨୦୨୫-୨୬ ବିଦ୍ୟାଳୟର ଖେଳ ପଡିଆରେ ଉଦଘାଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ବିଶ୍ବାଳ ସଭାପତିତ୍ବ କରିଥିବା ବେଳେ ଅତିଥି ଭାବେ ସମାଜସେବୀ ଜ୍ୟୋତି ରଞ୍ଜନ ବେହେରା, ସମାଜସେବୀ ହିମାଂଶୁ ଶେଖର ସ୍ବାଇଁ, ସମାଜସେବୀ ବିଦ୍ୟାଧର ସାହାଣୀ, ସମାଜସେବୀ ଦିଲ୍ଲୀପ କୁମାର ଦାସ, ବିଦ୍ୟାଳୟର ପରିଚାଳାନା କମିଟିର ସଭାପତି ଲକ୍ଷ୍ମୀ ମାଝୀ, ସଦସ୍ୟ ସୁଖୀରାମ ଶଗରୀଆ ଓ ଶ୍ୟାମ ସୁନ୍ଦର ମାଝୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ପ୍ରଥମେ ମା ଭୈରବୀ ମନ୍ଦିରରେ ପୂଜା ଅର୍ଚ୍ଚନା କରାଯାଇ ଛାତ୍ରୀ ମାନେ ମିନି ମାରାଥନ କରି ମଶାଲ ଶୋଭାଯାତ୍ରାରେ ଆସି ଖେଳ ପଡିଆରେ ପହଞ୍ଚିଥିଲେ। ଅତିଥି ମାନଙ୍କ ଦ୍ବାରା ମଶାଲ ସ୍ଥାପନ କରାଯାଇଥିଲା। ଛାତ୍ରୀ ମାନଙ୍କ ଦ୍ବାରା ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅତିଥି ମାନେ ଜଗତର ନାଥ ଜଗନ୍ନାଥଙ୍କ ତୈଳଚିତ୍ର ନିକଟରେ ଦୀପ, ଧୂପ ଓ ପୁଷ୍ପ ଦେଇ ନଡ଼ିଆ ଭାଙ୍ଗି ପୂଜା ଅର୍ଚ୍ଚନା କରିଥିଲେ। ଛାତ୍ରୀ ମାନଙ୍କ ନିକଟରେ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

ରାଜ୍ୟ ସ୍ତରୀୟ ସର୍ଗିଫୁଲ କ୍ରିଡ଼ା ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆଜି ଯାଉଥିବା ବିଦ୍ୟାଳୟର ଭଲିବଲ୍ ଖେଳ ନିମନ୍ତେ ପାର୍ବତୀ ମାଝୀ, ଦସୁ ହନ୍ତାଳ ଓ ସବିତା ମୁଦୁଲି ଯାଉଥିବା ବେଳେ ସଙ୍ଗୀତ ପ୍ରତିଯୋଗିତାରେ ପୂଜା ମାଢ଼ି ଭାଗ ନେବା ପାଇଁ ଯାଉଥିବା ବେଳେ ସେହି ଛାତ୍ରୀ ମାନଙ୍କୁ ଅତିଥି ଓ ପ୍ରଧାନ ଶିକ୍ଷକ ଓ ଶିକ୍ଷକ ଶିକ୍ଷୟତ୍ରୀ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ।ଏହା ପରେ ଅତିଥି ମାନେ ରିବନ୍ ଫିତା କାଟିବା ସହ କ୍ରିଡ଼ା ପତାକା ଉତ୍ତୋଳନ କରି ବାର୍ଷିକ କ୍ରିଡ଼ା ଉତ୍ସବର ଶୁଭାରମ୍ଭ କରିଥିଲେ। ବାର୍ଷିକ କ୍ରିଡ଼ା ଉତ୍ସବକୁ ନେଇ ଛାତ୍ରୀ ମାନଙ୍କ ଦ୍ବାରା ଏକ ଶପଥ ପାଠ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିଶ୍ଵାଳ ପତାକା ଦେଖାଇବା ପରେ ବାର୍ଷିକ କ୍ରିଡ଼ା ଉତ୍ସବ ଆରମ୍ଭ ହୋଇଥିଲା। ଏହା ପରେ ୧୬ ପ୍ରକାର ବିଭିନ୍ନ କ୍ରିଡ଼ା ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର କ୍ରିଡ଼ା ଶିକ୍ଷୟତ୍ରୀ ସ୍ଵପ୍ନା ମିଷ୍ଟ୍ରୀଙ୍କ ସହିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରୀ ମାନେ ସମ୍ପୂର୍ଣ ସହଯୋଗ କରିଥିଲେ।
ମାଲକାନଗିରି ରୁ ଜିଲ୍ଲା ପ୍ରତିନିଧି ହିମାଂଶୁ ଶେଖର ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।



