କୋରାପୁଟ ; ତା-୦୨/୧୨ ( ବିଏମସି ଟିଭି ଓଡ଼ିଆ)
ଆଜି ସ୍ଥାନୀୟ ସଦାଭାବନା ଗୃହ ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରଗତି ଦ୍ୱାରା ବଦଳି ଯାଉଥିବା ପାଣିପାଗ ଉପରେ ଏକ ନୂତନ ପ୍ରଣାଳୀ ରେ ତଥା ପଦ୍ଧତି ରେ ଚାଷୀ ମାନଙ୍କୁ ଏକ ପ୍ରକାର କୃଷି କରିବାକୁ ପ୍ରଣୟନ କରିବାକୁ ନେଇ ଏକ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ; ଯାହାକୁ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଉଦଘାଟନ କରିଥିବା ବେଳେ ଜିଲ୍ଲା ପ୍ଲାନିଂ ଅଫିସର ସୁଯ୍ୟନାରାୟଣ ବେହେରା ସମେତ ଅନ୍ୟ ନିମନ୍ତ୍ରିତ ଅତିଥି ଯୋଗ ଦେଇଥିଲେ । ପ୍ରଥମ କରି ଏହି ନୂତନ ପଦ୍ଧତି କୋରାପୁଟ ଜିଲ୍ଲା ର ପାଞ୍ଚୋଟି ଗ୍ରାମ ର ୨୩୯ଜଣ ଚାଷୀ ଙ୍କୁ ନେଇ କରାଯିବ ବୋଲି ଆୟୋଜକ କମିଟି କହିଥିବା ବେଳେ ପ୍ରଗତି ର ସଂପାଦକ ପ୍ରଭାକର ଅଧିକାରୀ ଡ଼ ଲୁନା ପଣ୍ଡା ପିଡବ୍ଲୁସି ଭାରତ ସରକାର ଙ୍କ ପୂର୍ଣ୍ଣୟସୀ ୟାଜନ ପ୍ରଭାତ ମାଝୀ ସମେତ ଅନ୍ୟ ସମସ୍ତ ଅଧିକାରୀ ଏଥିରେ ସାମିଲ ହୋଇଥିଲେ ।

କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ଦେବାଶ୍ରିତ ପଟ୍ଟନାୟକ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।


