ନୟାଗଡ଼/ ଭାପୁର ; ତା-୦୮/୦୧ ( ବିଏମସି ଟିଭି ଓଡ଼ିଆ)

ଏହି ଅବସରରେ ଉତ୍କର୍ଷ ଭାପୁର ମହୋତ୍ସବର ସଭାପତି ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ ଠାକୁରଙ୍କ ନିକଟରେ ପୂଜର୍ଚନା କରି ପତାକା ଦେଖାଇ ମଶାଲ ଶୋଭାଯାତ୍ରା ଶୁଭାରମ୍ଭ କରିଥିଲେ । ମଶାଲ ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ଯୁବକ, ଯୁବତୀ ଓ ସ୍ଥାନୀୟ ଲୋକେ ଉତ୍ସହର ସହ ଅଂଶଗ୍ରହଣ କରି ମଶାଲ ଶୋଭାଯାତ୍ରା ମହୋତ୍ସବ ପଡିଆରେ ପହଂଚିବା ପରେ ମଞ୍ଚ ପୂଜା ଅର୍ଚ୍ଚନା କରାଯାଇଥିଲା ।
ଭକ୍ତି, ଦେଶପ୍ରେମ, ସାଂସ୍କୃତିକ ଉତ୍ସାହର ସମନୁୟ ସହ ଭାପୁର ମହୋତ୍ସବର ଏହି ଉଦଘାଟନୀରେ ଉପସ୍ଥିତ ଜନସାଧାରଣଙ୍କ ମନକୁ ଆନନ୍ଦ ଓ ଗର୍ବରେ ଭରିଦେଇଥିଲା । ଉଦଘାଟନୀ ସଂନ୍ଧ୍ୟାରେ ଭାପୁର ମହୋତ୍ସବ ପଡିଆ ଉତ୍ସବମୁଖର ହୋଇ ଉଠିଥିଲା । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଆଞ୍ଚଳିକ କଳାକାରମାନେ ଓଡିଶୀ ନୃତ୍ୟ, ଲୋକୋନୃତ୍ୟ, ଦେଶଭକ୍ତି ମୂଳକ ଗୀତ ସହିତ ବୀଣାପାଣି କଳା ପରିଷଦ ଟିଟିଲାଗଡ଼ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

ଶିଶୁମାନଙ୍କ ଆକର୍ଷଣୀୟ ପ୍ରଦର୍ଶନ ଆଞ୍ଚଳିକ କଳାକାରଙ୍କ ଦକ୍ଷତା, ଟିଟିଲାଗଡ଼ କଳାକାରମାନଙ୍କ ନୃତ୍ୟ ଦର୍ଶକ ମାନଙ୍କୁ ବେଶ ଆକୃଷ୍ଠ କରିଥିଲା । ଉତ୍କର୍ଷ ଭାପୁର ଓ ପଲ୍ଲିଶ୍ରୀ ମେଳାରେ ୧୫୬ ଟି ରୁ ଉର୍ଦ୍ଧ ଷ୍ଟଲ ସାଙ୍ଗକୁ ରାମଦୋଳି ଓ ସେଲ୍ଫି ପଏଣ୍ଟରେ ଦର୍ଶକମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା । ଏଥିସହ ଜଗନ୍ନାଥଙ୍କ ବଡ଼ସିଂହାର ବେଶ ସମସ୍ତଙ୍କ ମନମୁଗ୍ଧ କରିଥିଲା ।

ପରେ ମହୋତ୍ସବ ପ୍ରଥମ ଦିବସର ସଭାକାର୍ଯ୍ୟ ମହୋତ୍ସବର ସଭାପତି ବିଧାୟକ ଇଂ. ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ମସ୍ଚ୍ୟ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ବିଧାୟକ ସୋମ୍ୟରଞ୍ଜନ ପଟ୍ଟନାୟକ ଓ ସମାନ୍ନୀତ ଅତିଥି ଭାବେ ବଡମ୍ବା ବିଧାୟକ ବିଜୟ କୁମାର ଦଳବେହେରା, ପ୍ରଫେସର ସତ୍ୟ ନାରାୟଣ ଆର୍ଚ୍ଚାର୍ଯ୍ୟ, ଭାପୁର ବ୍ଲକ ଉନ୍ନୟନ ଅଧିକାରୀ ଶାରଦା ପ୍ରସନ୍ନ ପଣ୍ଡା, ଖଣ୍ଡପଡା ବ୍ଲକ ଉନ୍ନୟନ ଅଧିକାରୀ ବିଶ୍ୱ ବିସ୍ତୃତ ତ୍ରିପାଠୀ, ୧୯ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ସାହୁ, ଖଣ୍ଡପଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମଦନ ମୋହନ ପ୍ରଧାନ, ଭାପୁର ତହସିଲଦାର ଲୋପାମୁଦ୍ରା ରଥ, ଭାପୁର ମହୋତ୍ସବର ସମ୍ପାଦକ ତଥା ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଗୟାଧର ପରିଡା ପ୍ରମୁଖ ଯୋଗଦେଇ ମହୋତ୍ସବର ସଫଳ କାମନା କରିଥିଲେ ।

ମହୋତ୍ସବର ପ୍ରଥମ ସନ୍ଧ୍ୟାର ଉପସ୍ଥାପକ ଭାବେ ଅମିତ ଅଂଶୁମାନ ମଞ୍ଚ ପରିଚାଳନା କରିଥିବାବେଳେ ସୃତି ସୁଲଗ୍ନା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶୀତୁଆ ସଂନ୍ଧ୍ୟାରେ କମେଡି କିଙ୍ଗ ପପୁ ପମ୍ ପମଙ୍କ କମେଡି ଆଉ ଅସୀମା ପଣ୍ଡାଙ୍କ ସଂଗୀତ ଆକର୍ଷଣରେ ଦର୍ଶକମାନେ ବେଶ ଝୁମିଥିଲେ ।
ବ୍ୟୁରୋ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


