ବ୍ରହ୍ମପୁର ; ତା-୦୨/୧୨ ( ବିଏମସି ଟିଭି ଓଡ଼ିଆ)
ସ୍ଥାନୀୟ ବିଜୟବିହାରସ୍ଥିତ ତୃତୀୟ ଗଳିରେ ଥିବା ଉଇଜଡମ ଉଇଂଗ୍ସ ଏକାଡେମୀ ଡେ କେର ସେଣ୍ଟର ଏଣ୍ଡ ପ୍ଲେ ସ୍କୁଲ ର ବାର୍ଷିକ ଉତ୍ସବ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଅବସର ପ୍ରାପ୍ତ ଶିକ୍ଷକ କେଦାର ଚୌଧୁରୀ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ମୋବାଇଲ ଠାରୁ ଶିଶୁ ମାନଙ୍କୁ ଦୁରେଇ ରଖିବା ପାଇଁ ଅଭିଭାବକ ମାନଂକୁ ପରାମର୍ଶ ଦେଇଥିଲେ ଏବଂ ଶିଶୁ ମାନଙ୍କୁ ଉତ୍ତମ ପାଠ ପଢି ଭଲ ମଣିଷ ହେବା ପାଇଁ କହିଥିଲେ। ସମ୍ମାନୀତ ଅତିଥିଭାବେ ବିଦ୍ୟାଳୟ ର ସଭାପତି ରଞ୍ଜନ କୁମାର ସାହୁ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତି ରେ ଶିକ୍ଷା ର ମହତ୍ୱ ଉପରେ ଆଲୋକପାତ କରିଥିଲେ। ଅନ୍ଵେଷା ନୋଡାଲ ଅଫିସର ସନ୍ତୋଷ କୁମାର ପାତ୍ର ଶିଶୁ ମାନଙ୍କର ବୌଦ୍ଧିକ ଏବଂ ମାନସିକ ସ୍ତରର ବିକାଶ ପାଇଁ ପ୍ଲେ ସ୍କୁଲ ମାନଙ୍କର ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଅନୁଷ୍ଠାନ ତରଫରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସାର୍ଟିଫିକେଟ ଓ ସିଲ ଦେଇ ପୁରସ୍କୃତ କରାଯାଇଥିଲା। କୁନି କୁନି ଶିଶୁ ମାନେ ଭଜନ ଏବଂ ଦେଶାତ୍ମକ ବୋଧକ ନୃତ୍ୟ ପରିବେଷଣ କରିଥିଲେ। ବିଦ୍ୟାଳୟ ର ଉପସଭାପତି ଅମ୍ବିକା ସାହୁ, ନର୍ମଦା ରାଉତ ଏବଂ ମୌସମୀ ମିଶ୍ର ଅତିଥି ରୂପେ ଯୋଗଦେଇ ଏହି ଅନୁଷ୍ଠାନ ର ଉତ୍ତରତର ଉନ୍ନତି କାମନା କରିବା ସହ ଉଚ୍ଚକୋଟୀର ଶିକ୍ଷା ଦାନ ପାଇଁ ଭୁୟସୀ ପ୍ରଶଂସା କରିଥିଲେ।

ସମ୍ପାଦିକା ସଂଯୁକ୍ତା ମହାପାତ୍ର ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱଧାନରେ କାର୍ଯ୍ୟକ୍ରମ ସଂଚାରିତ ହୋଇଥିବା ବେଳେ ଏସ ସାମୁଏଲ ଅଧକ୍ଷ, ବନିତା ସାହୁ, ଶ୍ଵେତାଙ୍ଗୀ ମହାପାତ୍ର, ଚିନ୍ମୟୀ ସାହୁ, ଇନ୍ଦ୍ରା ପ୍ରିୟଦର୍ଶନୀ, ରୁପମ ମୁନି ଏବଂ ସ୍ମୃତି ମହାପାତ୍ର ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ।

ବ୍ରହ୍ମପୁର ରୁ ସିଟି ରିପୋର୍ଟର କାଳୀ ଦାସ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।


