ସମ୍ବଲପୁର/ବରପାଲି ; ତା.୦୩/୦୪ (ବିଏମସି ଟିଭି ଓଡିଆ)
ବରପାଲି ସରସ୍ୱତୀ ଥେରାପି ଏବଂ ପୁନର୍ବାସ କେନ୍ଦ୍ର ସହ ଲିଟଲ୍ ଏଞ୍ଜେଲ୍ସ ପବ୍ଲିକ୍ ସ୍କୁଲ୍ର ମିଳିତ ଆୟୋଜନରେ ବିଶ୍ଵ ଅଟିଜମ୍ ସଚେତନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନଧର୍ମୀ ପଦଯାତ୍ରା ଆୟୋଜିତ ହୋଇ ସହର ପରିକ୍ରମା କରାଯାଇଥିଲା। ସରସ୍ଵତୀ ସଂଘ ସଭାପତି ଲୀଳାବତୀ ତ୍ରିପାଠୀ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ପଦଯାତ୍ରାରେ ସଂଘ ସଭ୍ୟ, ସ୍ୱତନ୍ତ୍ର ପ୍ରଶିକ୍ଷକ, ସଦସ୍ୟ ଏବଂ ଯୁନିଫାଇଡ୍ ଚ୍ୟାମ୍ପିଅନ୍ ସ୍କୁଲ୍ ଭାବେ ପରିଚିତ ଲିଟଲ୍ ଏଞ୍ଜେଲ୍ସ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମଧୁସ୍ମିତା ମୁଣ୍ଡ, ପ୍ରଶାସନିକ ଅଧିକାରୀ ମିନତି ପ୍ରଧାନଙ୍କ ସହ ଅନ୍ୟାନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀ ମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । ଶୋଭାଯାତ୍ରା ସମାପନ ପରେ ଏକ ସଭା ଆୟୋଜନ ହୋଇଥିଲା। ସଭାରେ ଅଟିଜମ୍ ସଚେତନତା ବିଷୟରେ ଉପସ୍ଥିତ ସମସ୍ତ ବ୍ୟକ୍ତିବର୍ଗ ନିଜନିଜ ମତାମତ ପ୍ରକାଶ କରିଥିଲେ ଏବଂ ସମାଜରେ ଏହି ବିଷୟରେ ଅଧିକ ସଚେତନତା ଆଣିବାରେ ଜୋର ଦେଇଥିଲେ । ଉକ୍ତ ସଭାରେ ସଂପାଦିକା ସୁନିତା ମୁଣ୍ଡ, ବିଜୟ ଲକ୍ଷ୍ମୀ ଦାଶ, ସ୍ନିଗ୍ଧାରାଣୀ ଦେବତା , ବେବିଶିଖା ବେହେରା, ପ୍ରଶାନ୍ତ ସାମଲ, ସାକେତ୍ ବେହେରା, ନୂତନ ପଧାନ ଆଦି ଯୋଗ ଦେଇଥିଲେ ।

ସମ୍ବଲପୁରରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡି଼ଶା ।


