ଆଦିବାସୀ ଅଧ୍ଯୁଷିତ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରସ୍ଥ ପିସିଏମ କଲ୍ଯାଣମଣ୍ଡପ ଠାରେ ଶିକ୍ଷା ବିକାଶ ଶିକ୍ଷଣୀୟ ଏବଂ ଚେରିଟେବୁଲ ଟ୍ରଷ୍ଟ ଆନୁକୂଲ୍ଯରେ ଏକଦିବସୀୟ ରାଜ୍ଯସ୍ତରୀୟ ସେମିନାର ଟ୍ରଷ୍ଟି ପରିଚାଳକ ହରପ୍ରସାଦ ସରଦାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ଯଅତିଥି ଭାବେ ମାନ୍ଯବର ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ, ମୁଖ୍ଯବକ୍ତା ରୂପେ ପଦ୍ମଶ୍ରୀ ଶ୍ରୀମତୀ ଯମୁନା ଟୁଡୁ, ସମ୍ମାନିତ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ, ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ବିଜେପି ରାଜ୍ଯ ସମ୍ପାଦକ ନବୀନ ରାମ, ଅଧ୍ଯାପକ ବିଜୟ କୁମାର ରାମ, ସମାଜସେବୀ ବିଜୁ ଗୋପାଳ ଗୋପ, ରାମଚନ୍ଦ୍ର ହାଁସଦାଃ, ବିଶିଷ୍ଟ ବ୍ଯକ୍ତି ଗୋଲାପ ସିଂହ ସରଦାର ଓ ଭାଷ୍ଯକାର ଶ୍ରୀମତୀ କୌଶଲ୍ୟା ନାଏକ ପ୍ରମୁଖ ଉପସ୍ଥିତଥିଲେ I ସଭା ପ୍ରାରମ୍ଭରେ ଟ୍ରଷ୍ଟି ପରିଚାଳକ ହରପ୍ରସାଦ ସରଦାର ସ୍ବାଗତ ଭାଷଣ ଦେବାକୁ ଯାଇ କହିଥିଲେ ଯେ ଶିକ୍ଷା ବିକାଶ ଶିକ୍ଷଣୀୟ ଏବଂ ଚେରିଟେବୁଲ ଟ୍ରଷ୍ଟର ମୁଖ୍ଯ ଉଦ୍ଦେଶ୍ୟ ହେଉଛି ଆଦିବାସୀବହୁଳ ମୟୂରଭଞ୍ଜ ଜିଲ୍ଲାର ଯୁବବର୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଦକ୍ଷତା ବୁଦ୍ଧି କାର୍ଯ୍ଯକ୍ରମ ହାତକୁ ନେଇଛି I ଏଠାରେ ୯ ଦିନିଆ ତାଲିମ ଦିଆଯାଉଛି I ସୋଲାର, ସିଲେଇ, ପାଇପ, କମ୍ପ୍ୟୁଟର, ଲାଇଟ ଠାରୁ ଆରମ୍ଭ କରି ସରକାରଙ୍କ ବହୁବିଧ ଯୋଜନା ରହିଛି, ଏଠାରେ ତାହା ଶିକ୍ଷା ପ୍ରଦାନ କରାଯାଉଛି I ଭୂବନେଶ୍ବର ଠାରେ ମାଗଣା ରହିବାଖାଇବା ସହ ସେମାନଙ୍କୁ ଦକ୍ଷତା ବୁଦ୍ଧି କରାଯାଇପାରିବ I ଯଦ୍ବାରା ଯୁବ ବେକାର ଯୁବକଯୁବତୀମାନେ ସ୍ବାବଲମ୍ବୀ ହୋଇପାରିବେ I ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ କହିଥିଲେ ଯେ ଆଦିବାସୀମାନଙ୍କୁ ଆଗେଇବାର ପ୍ରୟାସ ରଖିଛି ଶିକ୍ଷା ବିକାଶ ଶିକ୍ଷଣୀୟ ଏବଂ ଚେରିଟେବୁଲ ଟ୍ରଷ୍ଟ I ସେମାନେ କେମିତି ରୋଜଗାରଜମ ଅବା ଆତ୍ମନିର୍ଭରଶୀଳ ହୋଇପାରିବେ I ଯୁବବର୍ଗଙ୍କ ଠାରେ ଥିବା ଅନ୍ତନିହିତ ଗୁଣକୁ ବିକଶିତ କରିବାର ଲକ୍ଷ୍ଯ ରଖିଛି ଏହି ଟ୍ରଷ୍ଟ I ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନ ତାଙ୍କ ବକ୍ତବ୍ଯରେ ଯୁବବର୍ଗମାନଙ୍କ ନିମନ୍ତେ ଟ୍ରଷ୍ଟ ଅନନ୍ଯ କାର୍ଯ୍ଯକରୁଅଛି I ଫଳସ୍ବରୂପ ବେକାର ଯୁବକଯୁବତୀମାନେ ଆତ୍ମନିର୍ଭରଶୀଳ ହୋଇପାରିବେ I

ମୁଖ୍ଯଅତିଥି ମୟୂରଭଞ୍ଜ ସାଂସଦ ନବଚରଣ ମାଝୀଙ୍କ ବକ୍ତବ୍ଯରେ ଆଦିବାସୀମାନଙ୍କୁ ବିକଶିତ କରିବା ପାଇଁ ଶିକ୍ଷା ବିକାଶ ଶିକ୍ଷଣୀୟ ଏବଂ ଚେରିଟେବୁଲ ଟ୍ରଷ୍ଟ ଆଗେଇଆସିଛି I ଯଦ୍ବାରା ଆଗାମୀ ଦିନରେ ବିକଶିତ ଓଡିଶା ସ୍ବପ୍ନ ସାକାର ହୋଇପାରିବ I ଉକ୍ତ ବୈଠକରେ ଅଧ୍ଯାପକ ବିଜୟ କୁମାର ରାମ, ସମାଜସେବୀ ବିଜୁ ଗୋପାଳ ଗୋପ, ଭାଷ୍ଯକାର ଶ୍ରୀମତୀ କୌଶଲ୍ଯା ନାଏକ ଓ ବିଶିଷ୍ଟ ବ୍ଯକ୍ତି ଗୋଲାପ ସିଂହ ସରଦାର ଟ୍ରଷ୍ଟ ଉପରେ ସୁଚିନ୍ତିତ ବକ୍ତବ୍ଯ ପ୍ରଦାନ କରିଥିଲେ I ଉକ୍ତ ବୈଠକରେ ସାମାୟ ସରଦାର, ମହେନ୍ଦ୍ର ମୁଣ୍ଡା, ବୁଢାନ ସରଦାର, ମୋହନ ମୁଣ୍ଡା, ଜଗନ୍ନାଥ ମୁଣ୍ଡା, ବୁଧୁରାମ ମୁଣ୍ଡା, ପ୍ରଶନ ମୁଣ୍ଡା, ସୁଦର୍ଶନ ଭୂମିଜ, ଫାଗୁରାମ ମାର୍ଣ୍ଡି, ମକରା ସିଂହ ଓ ହରେଶ ଭୂମିଜ ପ୍ରମୁଖ ଯୋଗ ଦେଇଥିଲେ Iଏଥିରେ ଟ୍ରଷ୍ଟର ସମସ୍ତ କାର୍ଯ୍ଯକର୍ତ୍ତାଗଣ ସହଯୋଗ କରିଥିଲେ I

ମୟୂରଭଞ୍ଜ ରାଇରଙ୍ଗପୁର ରୁ ଉତ୍ତମ ରାମଙ୍କ ରିପୋର୍ଟ


