ବ୍ରହ୍ମପୁର: ତା-୨୦/୧୧ ( ବିଏମସି ଟିଭି ଓଡ଼ିଆ),
ଅରୂପା ତରଫରୁ ତଥା ସରକାରଙ୍କ ସୁକ୍ଷ୍ମ-କ୍ଷୁଦ୍ର-ମଧ୍ଯମ ଉଦ୍ୟୋଗ ବିଭାଗ ସହଯୋଗରେ ସେଣ୍ଟ ଷ୍ଟିଫେନ୍ସ ଚର୍ଚ ପଡ଼ିଆରେ ବ୍ରହ୍ମପୁର ବାଣିଜ୍ଯ ମେଳା- ୨୦୨୫ ଉପଲକ୍ଷେ “ଅପରାହ୍ଣ” ଦୈନିକ ଖବର କାଗଜର “ଗଞ୍ଜାମ କବିତା ଗୁଚ୍ଛ” ତରଫରୁ ସାହିତ୍ଯ ଆଲୋଚନା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ବତ ଉତ୍ସବକୁ ବରିଷ୍ଠ କବି ଓ ଶିକ୍ଷାବିତ୍ ବି.ଗୋବିନ୍ଦ ରାଓ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ବରିଷ୍ଠ ଶିକ୍ଷାବିତ୍ ପ୍ରାଧ୍ୟାପକ ଡ଼. ଜୟନ୍ତ କୁମାର ପଣ୍ଡା, ସମ୍ମାନିତ ଅତିଥି ରୂପେ କବି ଦୁର୍ଗା ମାଧବ ମହାରଣା ଓ କବିତା ସଂଯୋଜନା କରିଥିଲେ ସୁଜାତା ଶତପଥୀ ଓ ଜଗନ୍ନାଥ ସଂସ୍କୃତି ପ୍ରଚାରକ ସ୍ବସ୍ତି ସୁନ୍ଦର ସିଅ ଏବଂ ଯୁବ କବି ସୁନୀଲ କୁମାର ପ୍ରଧାନ ସଭା ମୁଖ୍ଯ ଦାୟିତ୍ବ ତୁଲାଇ ଥିଲେ ।

ମୁଖ୍ୟ ଅତିଥି ଡ଼. ପଣ୍ଡା କହିଥିଲେ ଯୁବ କବିମାନେ ସାହିତ୍ଯ ସାଧନାରେ ବର୍ତ୍ତି ହୋଇ ସାହିତ୍ୟ ଜଗତକୁ ସମୃଦ୍ଧ କରନ୍ତୁ ।ଏହି ସାରସ୍ଵତ ସଭାରେ ୩୫ଜଣ କବି ଓ କବୟିତ୍ରୀ ନିଜର ସ୍ବରଚିତ କବିତା ପାଠ କରିଥିଲେ ।ପରିଚାଳନା କରିଥିଲେ ସୁରଜ ମିଶ୍ର ଓ ଯୁବ କବି କାହ୍ନୁ ଚରଣ ପାତ୍ର । ପରିଶେଷରେ ସୁନୀଲ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ବ୍ରହ୍ମପୁର ରୁ କାଳୀ ଦାସ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡିଶା।


