ମାଲକାନଗିରି, ତା- ୨୦/୧୧/୨୦୨୫ ରିଖ, ( ବିଏମସି ଟିଭି ଓଡିଆ) ମାଲକାନଗିରି ଜିଲ୍ଲା ସଦରମହକୁମା ସ୍ଥିତ ସ°ସ୍କୃତି ଭବନରେ ୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ମହୋତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ସମବାୟ ସମୁହର ଉପ ନିବନ୍ଧକ ଥିଓଫିଲ ଶବର ଅଧ୍ୟକ୍ଷତା କରିଥିବାବେଳେ, ମାନ୍ୟବର ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କେସିସି ବ୍ୟାଙ୍କ ନିର୍ଦ୍ଦେଶକ ଗୋପୀ ପାଙ୍ଗୀ, ବିଧାୟକ ପ୍ରତିନିଧି ନିହାର ରଞ୍ଜନ ରାୟ, ସହକାରୀ ନିବନ୍ଧକ ବି. ଭେଙ୍କଟ ରାଓ ଓ ସମବାୟ ଅଡିଟର କାହ୍ନୁ ଚରଣ ଗୈଡ ପ୍ରମୁଖ ଉପସ୍ଥିତ ଥିଲେ । ସର୍ବ ପ୍ରଥମେ ଠାକୁର ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ଓ ଦ୍ୱିପ ପ୍ରଜ୍ବଳନ କରାଯାଇଥିଲା ଏବଂ ଏହାପରେ ଉତ୍କଳ ଗୈାରବ ମଧୂସୁଦନ ଦାସଙ୍କ ତୈଳଚିତ୍ର ରେ ମାଲ୍ୟାର୍ପଣ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାପରେ ଅତିଥି ସମ୍ବର୍ଦ୍ଧନା ପର୍ବ ଆରମ୍ଭ ହେବା ସହ ପ୍ରାରମ୍ଭିକ ସଙ୍ଗୀତ ଗାନରେ ସମସ୍ତେ “ବନ୍ଦେ ମାତରଂ ” ଜାତୀୟ ଗୀତ ଗାନ କରିଥିଲେ । ପ୍ରଥମେ ଉପ ନିବନ୍ଧକ ଥିଓଫିଲ ଶବର ସମବାୟ ବିଭାଗ ତରଫରୁ ଆଗତ ଶିର୍ଷକ ” ଆତ୍ମନିର୍ଭର ଭାରତ ପାଇଁ ସମବାୟ ଏକ ମାଧ୍ୟମ” ଉପରେ ଆଲୋକପାତ କରିଥିଲେ ଓ ପରେ ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ନିଜ ଅଭିଭାଷଣରେ କହିଥିଲେ ଯେ, ଭାରତ ଏକ କୃଷିପ୍ରଧାନ ଦେଶ ଓ କୃଷକ ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ ହେଲେ ନିଶ୍ଚୟ ଦେଶ ମଧ୍ୟ ବୃହତ ଅର୍ଥନୀତି ଆଡ଼କୁ ଅଗ୍ରସର କରିବ ତତ୍ ସହିତ ସେ ସମସ୍ତ ଅଧିକାରୀ ମାନଙ୍କୁ କୃଷି ଓ କୃଷକର ସାର୍ବଙ୍ଗିନ ଉନ୍ନତି ରେ ନିଜକୁ ସମର୍ପିତ କରିବାକୁ ଆହ୍ୱାନ ଦେଇଥିଲେ । ଏହାପରେ ବରିଷ୍ଠ ଓ କନିଷ୍ଠ ବର୍ଗର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ରଚନା, ପ୍ରବନ୍ଧ ଲିଖନ ଓ ବକ୍ତୃତା ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟର କୃତିତ୍ୱ ଅର୍ଜନ କରିଥିବା ୧୨ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ମାଲକାନଗିରି ସମବାୟ ବିଭାଗ ତରଫରୁ ମାଁ ଶାନ୍ତିସେନା ସ୍ୱୟଂ ସହାୟକ ଗୋଷ୍ଠୀକୁ ସର୍ବୋତ୍ତମ ଏସଏଚ ଜି, କୁଡୁମୁଲୁଗୁମ୍ମା ଲ୍ୟାମ୍ପକୁ ସର୍ବଶ୍ରେଷ୍ଠ ଲ୍ୟାମ୍ପ ଓ ସଦସ୍ୟ ଭଗବାନ ସାହୁଙ୍କୁ ଉତ୍ତମ ଲ୍ୟାମ୍ପ ନିର୍ଦ୍ଦେଶକ ଭାବରେ ସମ୍ମାନିତ କରାଯାଇଅଛି । ଶେଷରେ ମାଥିଲି ଲ୍ୟାମ୍ପର ପରିଚାଳନା ନିର୍ଦ୍ଦେଶିକା ସନ୍ତୋଷୀ ପରିଡା ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ୍ ଦେବାସହ ଅଧ୍ୟକ୍ଷଙ୍କ ଅନୁମତି କ୍ରମେ ସଭା ସାଙ୍ଗର ଘୋଷଣା କରିଥିଲେ । ପ୍ରକାଶ ଥାଉକି ଆଜିର ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମ କୁ ସହକାରୀ ନିବନ୍ଧକ ସଞ୍ଜୟ କୁମାର ଦାସ ଓ ଅନ୍ୟ କର୍ମଚାରୀ ମାନେ ମଞ୍ଚ ପରିଚାଳନା କରିଥିଲେ ।ମାଲକାନଗିରି ରୁ ଜିଲ୍ଲା ପ୍ରତିନିଧି ହିଂମାଶୁ ଶେଖର ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡିଶା।


