ରାୟଗଡା ଜିଲ୍ଲା କାଶୀପୁର ରୁ ୧୨୮ ଜଣ ଯୁବତୀ ସରକାରୀ ପ୍ରକଳ୍ପ ସ୍କିଲ ଇନ ଓଡିଶା ଯୋଜନା ମଧ୍ୟରେ ଆଜି କାଶୀପୁର ବ୍ଲକ କାର୍ଯ୍ୟାଳୟ ଠାରୁ କଟକ ଯାଇଥିବା ଦେଖିବାକୁ ମିଳିଛି।ବ୍ଲକ ଅନ୍ତର୍ଗତ ଟିକିରି , ଶଙ୍କରଡ଼ା , କୁଚେଇପଦର , ଡୁଡୁକା ବାହାଲ ଓ ହାଡ଼ିଗୁଡା ଭଳି ୫ ଟି ପଞ୍ଚଯାତ ରୁ ସମୁଦାୟ ୧୨୮ ଜଣ ଯୁବତୀ ସିଲେଇ ତାଲିମ ନେବା ପାଇଁ ଯାଇଥିବା ବେଳେ ସରକାରଙ୍କ ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ଲକ୍ଷାଧିକ ଯୁବତୀ ମାନେ ଆତ୍ମ ନିର୍ଭର ଓ ଆର୍ଥିକ ସ୍ୱାଵିଲୋମ୍ବି ହେବେ ବୋଲି ସରକାର ସ୍ତିର କରିଥିବା ପ୍ରକଳ୍ପ ଅଧିକାରୀ ପ୍ରକାଶ କରିଥିଲେ ।
କାଶୀପୁର ଠାରୁ କଟକ ଯିବା ପୂର୍ବରୁ ସମସ୍ତ ଯୁବତୀ ମାନଙ୍କୁ ବ୍ଲକ ସମ୍ବିଳନୀ ଗୃହ ଠାରେ ସରକାରୀ ସିଲେଇ ତାଲିମ କେନ୍ଦ୍ର ନିୟମାବଳୀ ସମ୍ୱନ୍ଧେ ଏବଂ ସୁରକ୍ଷା ସମୂହ ରେ ଏକ ସାଧାରଣ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ସ୍କିଲ ଇନ ଓଡିଶା ପ୍ରକଳ୍ପ ଦ୍ଵାରା ପ୍ରଥମେ ସମସ୍ତ ଯୁବତୀଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରାଯିବ ଏବଂ ସମସ୍ତଙ୍କୁ ପ୍ରାୟ ୮ ମାସ ସିଲେଇ ତାଲିମ ଦିଆଯିବ ବୋଲି ପ୍ରକାଶ କରାଯାଇଛି ।

ଏହି ଅବସରରେ ସ୍କିଲ ଇନ ଓଡିଶା ପ୍ରକଳ୍ପ ନିର୍ଦେଶକ ସତ୍ୟ ପରିଡା , ପ୍ରକଳ୍ପ ସଂଯୋଜକ ଅନୁଜ ଶୁକ୍ଳା , କୋଷାଧକ୍ଷ ପିୟୁଷ ଶତପତି ଏବଂ କାଶୀପୁର ବ୍ଲକ ଅଧକ୍ଷ କଣ୍ଠେଶ୍ଵର ମାଝୀ , ଚୁମକି ମାଝୀ ସରପଞ୍ଚ ଶଙ୍କରଡ଼ା , ସରସ ମାଝୀ ସରପଞ୍ଚ ଡୁଡୁକାବାହାଲ , ଯୋଗବନ୍ଧୁ ମାଝୀ ସରପଞ୍ଚ ଟିକିରି , ବାଙ୍ଗାରି ଦିଶାରୀ ସରପଞ୍ଚ କୁଚେଇପଦର ଓ ଯଦୁମଣି ମାଝୀ ସରପଞ୍ଚ ହାଡ଼ିଗୁଡା ଉପସ୍ଥିତ ରହି ସମସ୍ତ ଯୁବତୀଙ୍କୁ ବିଦାୟକାଳୀନ ଶୁଭେଚ୍ଛା ଜ୍ଞାପନ କରାଯାଇ ବସ ଯୋଗେ ଯାତ୍ରାର ଶୁଭାରମ୍ଭ କରାଇଥିଲା ।

ରାୟଗଡା ରୁ ମହେନ୍ଦ୍ର କନ୍ଧପାଣି ଙ୍କ ରିପୋର୍ଟ ବିଏମସି ଟିଭି ଓଡ଼ିଆ ।


