ଭୁବନେଶ୍ୱର ; ତା-୨୮/୦୨ ( ବିଏମସି ଟିଭି ଓଡ଼ିଆ)

ପମି ପୁନିଆ ର ଓଡ଼ିଆ ଲୋକ ଗୀତ ଢଗ ଢମାଳି ରେ ଦର୍ଶକ ବିମୋହିତ । ଭୁବନେଶ୍ୱର ଜୟଦେବ ଭବନ ଠାରେ ଆଜି ଓଡିଶା ସିନେ ୱାର୍କର୍ସ ଆଶ୍ସୋସିଏସନ ଓ ଅଲ ଇଣ୍ଡିଆନ ସିନେ ୱାର୍କର୍ସ ଆଶ୍ସୋସିଏସନ ର ଦ୍ୱାଦଶ ଚଳଚ୍ଚିତ୍ର ପୁରସ୍କାର ଓ କବି କଳାକାର ମହାକୁମ୍ଭ ମହାଡମ୍ବରରେ ପାଳିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡିଶା ସାହିତ୍ୟ ଏକାଡେମୀ ର ମିଳିତ ସହଯୋଗ ରେ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଅନୁଷ୍ଠାନ ର ସଭାପତି ତଥା ବରିଷ୍ଠ ସିନେ କଳାକାର ଅଶ୍ରୁ୍ମୋଚନ ମହାନ୍ତିଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଓଡ଼ିଶାର ମାନନୀୟା ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ଆନୁଷ୍ଠାନିକଭାବେ ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ୟୋଳନ କରି ସଭାକୁ ଶୁଭ ଉଦଘାଟନ କରିଥିଲେ।

ଅନୁଷ୍ଠାନର ବାର୍ଷିକ ପତ୍ରିକା ସିନେ ସମାଚାର କୁ ବାଚସ୍ପତି ମହୋଦୟା ଉନ୍ମୋଚନ କରି ଶୁଭେଚ୍ଛା ଜଣାଇଥିଲେ। ପରେ ପରେ ଅନୁଷ୍ଠାନ ସମ୍ବଦ୍ଧରେ ଖୁବ ଲମ୍ବାସମୟ ପ୍ରଶଂସା କରିବା ସହିତ ସମ୍ପାଦକ ଡ଼. ପୂର୍ଣ୍ଣ ଚନ୍ଦ୍ର ବେହେରା ଙ୍କୁ ସାଧୁବାଦ ଜଣାଇଥିଲେ। ଶେଷରେ ମା ‘ଶୀର୍ଷକ କବିତା ପାଠକରି କବି ମହାକୁମ୍ଭ କୁ ସ୍ୱାଗତ ଜଣାଇଥିଲେ। ତିରିଶଟି ଜିଲ୍ଲାରୁ ଆସିଥିବା ଏକ ହଜାର ରୁ ଉର୍ଦ୍ଧ କବି କଳାକାର ଙ୍କୁ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସମ୍ପାଦକ ଡ଼. ବେହେରା ସମ୍ପାଦକୀୟ ବିବରଣୀ ପାଠ କରିବା ସହିତ ସିନେ ଶ୍ରମିକ ମାନଙ୍କ ପାଇଁ କେନ୍ଦ୍ର ସରକାର ଯୋଗାଉଥିବା ଯୋଜନା ବିଷୟରେ ଆଲୋକପାତ କରିଥିଲେ।

ଏହି ମହାକୁମ୍ଭ ରେ ଅନ୍ୟତମ ଅତିଥି ଭାବେ ବରିଷ୍ଠ ବିଜେପି ନେତା ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ, ଜଗନ୍ନାଥ ପ୍ରଧାନ, ଓଡିଶା ସାହିତ୍ୟ ଏକାଡେମୀ ର ସଚିବ ଡ଼. ଚନ୍ଦ୍ରଶେଖର ହୋତା , ଓଡିଶା ଧ୍ୟାନଯୋଗ ଟ୍ରଷ୍ଟ ର ପ୍ରତିଷ୍ଠାତା ଇପ୍ସିତା ପୂଜାରୀ, ଓଡିଶା ବିଜେପି ସାଂସ୍କୃତିକ ପ୍ରକୋଷ୍ଠ ର ସହ ସଂଯୋଜକ କୃତିବାଷ ରଥ ପ୍ରମୁଖ ଯୋଗଦେଇଥିଲେ। ବିଶିଷ୍ଠ ଅତିଥି ଭାବେ ସିନେ କଳାକାର ବରିଷ୍ଠ କଣ୍ଠଶିଳ୍ପୀ ପମି ମିଶ୍ର, କଳାହାଣ୍ଡି ର କଟାପା ସୁନିଲ ମହାନନ୍ଦା, ପାର୍ଶ୍ୱ ଅଭିନେତ୍ରୀ ଐସୁର୍ୟା ବେହେରା, କମେଡିଆନ ଶଙ୍କର୍ଷଣ ପ୍ରଧାନ, ନିରଞ୍ଜନ ଆଚାର୍ଯ୍ୟ, ବରିଷ୍ଠ ଅଭିନେତା ନୀଳମଣି ସାହୁ, ବିଶାଳ ଙ୍କ ସହିତ ଅନେକ ଆଗଧାଡିର କଳାକାରମାନେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ମା ମଙ୍ଗଳା ଭାରତ ଲୀଳା, ଖୋର୍ଦ୍ଧା,ମେଘ ମହ୍ଲାର ଭଜନ ସନ୍ଧ୍ୟା, ଖୋର୍ଦ୍ଧା,ସରସ୍ବତୀ କଲାପରିଷଦ କନ୍ଦରପୁର ଓ ତ୍ରିଶକ୍ତି ଅନୁଷ୍ଠାନ କଟକ ର କଳାକାର ମାନେ କଳା ପରିବେଷଣ କରିଥିଲେ । ପମି ମିଶ୍ର ଓ ପୂର୍ଣ୍ଣ ଚନ୍ଦ୍ର ଙ୍କ ଢଗଢମାଳି ଗୀତରେ ଦୁଇ କଣ୍ଠ ଶିଳ୍ପୀ ଓ କଳାହାଣ୍ଡି ର କଟାପା ନୃତ୍ୟ କରି ଦର୍ଶକ ଙ୍କ ମନ ମୋହିଥଲେ।

ଏହି ଅବସରରେ ବରିଷ୍ଠ ଘୋଡାନାଚ ଗୁରୁ ଗୋପାଳ ବେହେରା ଙ୍କୁ ଗାୟକ ସୁରଭି ସମ୍ନାନ, ମା ମଙ୍ଗଳା ଭାରତଲୀଳା ର ପରିଚାଳକ ଓଁ ପ୍ରକାଶ ମହାଦେବ ଙ୍କୁ କଳନିଧି ସମ୍ନାନ, ବିଚିତ୍ରା ନନ୍ଦ ରୟଗୁରୁ ମହାପାତ୍ର ଙ୍କୁ ସାହିତ୍ୟ ସୁରଭି ସମ୍ନାନ, ବିଜୟ କୁମାର ଜେନା ଙ୍କୁ ସେବାନିଧି ସମ୍ନାନ, ସିନେ କଳାକାର ମାନଙ୍କୁ ଉତ୍କଳ କେଶରୀ ଚଳଚ୍ଚିତ୍ର ସମ୍ନାନ, ନୃତ୍ୟକାରୀ ମାନଙ୍କୁ ନୃତ୍ୟ ମଞ୍ଜରୀ ସମ୍ନାନ, ଓ ବରଗଡ଼ ରୁ ଆସିଥିବା ଡ଼. ବିକ୍ରମ ସାହୁ ଓ କୁନି କଂସ ଙ୍କୁ କଳାନିଧି ସମ୍ନାନ ରେ ସମ୍ନାନିତ କରାଯାଇଥିଲା । ଏହିକାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ସମସ୍ତ କଳାକାର ମାନଙ୍କୁ ପ୍ରମାଣ ପତ୍ର, ଉପଢ଼ୌକନ ଦେଇ ସମ୍ବନ୍ଧିତ ଦିଆଯାଇଥିଲା ।

ବିଏମସି ନ୍ୟୁଜ୍ ଓଡ଼ିଶା ।


