ବେଲଗୁଣ୍ଠା ; ତା – ୨୬ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା )
ବେଲଗୁଣ୍ଠା ବ୍ଳକ୍ ତନରଡା ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୧୬ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ . ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ମନ୍ତ୍ରୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ଶିକ୍ଷାବିତ ବିପ୍ର ଚରଣ ରାଉତ ଯୋଗ ଦେଇଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ରୋଟାରୀ କ୍ଳବ୍ ସଭାପତି ରଞ୍ଜିତ୍ କୁମାର ବାରିକ , ତନରଡା ସରପଞ୍ଚ ସସ୍ମିତା ପାଢୀ , ସମିତି ସଭ୍ୟ ଅଯୋଧ୍ୟା ନାଥ ବେହେରା , ବରିଷ୍ଠ ନାଗରିକ ରାମ ପ୍ରସାଦ ପଟ୍ଟନାୟକ ଯୋଗ ଦେଇଥିଲେ । ଅନୁଷ୍ଠାନ ଅଧ୍ୟକ୍ଷା ଚନ୍ଦ୍ରମା କୁମାରୀ ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସମ୍ପାଦକ ଗଗନ ବିହାରୀ ଲେଙ୍କା ଶିକ୍ଷାର ଦିଗ ଓ ଦିଶା ଉପରେ ବିସ୍ତୃତ ଅଭିଭାଷଣ ରଖିଥିଲେ ।

ଶିକ୍ଷକ ଛାୟାକାନ୍ତ ମହାପାତ୍ର ଏବଂ ଜିତେନ୍ ଙ୍କ ସଂଯୋଜନାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଭିନ୍ନ ବର୍ଗରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ସିଲ ସହ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଅନୁଷ୍ଠାନ ର ସମ୍ପାଦକ ଗଗନ ବିହାରୀ ଲେଙ୍କା ଧନ୍ୟବାଦ ଜ୍ଞାପନ କରିଥିଲେ । ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଓ ଯୁବସାମ୍ବାଦିକ ଶିବରାମ ଚୌଧୁରୀଙ୍କୁ ଅନୁଷ୍ଠାନ ତରଫରୁ ସ୍ୱତନ୍ତ୍ରଭାବେ ସାନମାନିତ କରାଯାଇଥିଲା ।
ବେଲଗୁଣ୍ଠା ରୁ ନାରାୟଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ଟିଭି ଓଡ଼ିଆ ।


