ଭୁବନେଶ୍ୱର ; ତା-୨୩/୧୨ ( ବିଏମସି ଟିଭି ଓଡ଼ିଆ)
ପ୍ରଦୂଷଣ ସାର୍ଟିଫିକେଟ୍ ବାହାର କରିବାକୁ ଯାଉଛନ୍ତି କି ? ଏହା ପୂର୍ବରୁ ପୈଠ କରି ନିଅନ୍ତୁ ପୁରୁଣା ବକେୟା ଫାଇନ୍। ଏହା ନଥିଲେ ପ୍ରଦୂଷଣ ସାର୍ଟିଫିକେଟ୍ ମିଳିବା ମୁସକିଲ୍ ।
ଏଣିକି ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଏବଂ ଡିଜେଲ ନମିଳିବା ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପରେ ଏବେ ସବୁ ପ୍ରଦୂଷଣ ସାର୍ଟିଫିକେଟ୍ କେନ୍ଦ୍ରରେ ଗହଳି ।

ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବା, ଏ ନିୟମର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଉଥିଲେ ବି ଏହା ପଛର ରହିଛି ଆଉ ଏକ ବଡ଼ ରହସ୍ୟ। ପୂର୍ବ ଫାଇନ୍ ବକେୟା ଥିଲେ ପ୍ରଦୂଷଣ ସାର୍ଟିଫିକେଟ୍ ମିଳିବନି ବୋଲି କହିଛନ୍ତି ପ୍ରଦୂଷଣ ସାର୍ଟିଫିକେଟ୍ ପ୍ରସ୍ତୁତକାରୀ । ଟ୍ରାଫିକ୍ ନୂଆ ନିୟମ ପରେ ବିଭିନ୍ନ ଆରଟିଓ ଅଫିସରେ ଲମ୍ବା ଲାଇନ : ଭିଡ ଏଡାଇବାକୁ ଛୁଟି ଦିନରେ ବି ଖୋଲା ରହିବ ଅଫିସ, ବାହାର କରି ହେବ ଡ୍ରାଇଭିଙ୍ଗ୍ ଲାଇସେନ୍ସ, ଫିଟନେସ୍ ଓ ପ୍ରଦୂଷଣ ସାର୍ଟିଫିକେଟ୍

ଟ୍ରାଫିକ୍ ନୂଆ ନିୟମ ପରେ ବିଭିନ୍ନ ଆରଟିଓ ଅଫିସରେ ଲମ୍ବା ଲାଇନ : ଭିଡ ଏଡାଇବାକୁ ଛୁଟି ଦିନରେ ବି ଖୋଲା ରହିବ ଅଫିସ, ବାହାର କରି ହେବ ଡ୍ରାଇଭିଙ୍ଗ୍ ଲାଇସେନ୍ସ, ଫିଟନେସ୍ ଓ ପ୍ରଦୂଷଣ ସାର୍ଟିଫିକେଟ୍
ପରିବହନ ବିଭାଗର ତଥ୍ୟ ଅନୁଯାୟୀ, ହଜାର ହଜାର ଗାଡ଼ି ମାଲିକଙ୍କ ନାଁରେ ପୂର୍ବରୁ ଅନେକ ଟ୍ରାଫିକ୍ ଫାଇନ୍ ବକେୟା ପଡ଼ିଛି । ଯାହାକୁ ବର୍ଷ ବର୍ଷ ଧରି ପଇଠ କରୁନାହାନ୍ତି ଗାଡ଼ି ଚାଳକ । ଏବେ ନୂଆ ନିୟମ ଅନୁଯାୟୀ ପ୍ରଦୂଷଣ ସାର୍ଟିଫିକେଟ୍ କରିବାକୁ ଗଲେ ଜଣେ ପୁରୁଣା ବକେୟା ଫାଇନ୍ ପୈଠ କରିବା ପାଇଁ ପଡ଼ିବ । ଫାଇନ୍ ଆଦାୟ ପାଇଁ ସରକାରଙ୍କର ଏହା ଏକ ମାଷ୍ଟରପ୍ଲାନ୍ ବୋଲି କୁହାଯାଉଛି। ତେବେ କେତେ ସଫଳ ହେଉଛି କି ନାହିଁ ଏ ଯୋଜନା ତାହା ସମୟ କହିବ ।

ବ୍ୟୁରୋ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


