ଭୁବନେଶ୍ୱର ; ତା-୨୪/୧୨ ( ବିଏମସି ଟିଭି ଓଡ଼ିଆ )
ଦିଲ୍ଲୀ ସ୍ଥିତ ସେଣ୍ଟର ଅଫ ଏଜୁକେସନାଲ୍ ଡେଭଲପମେଣ୍ଟ ଫାଉଣ୍ଡେସନ ଆନୁକୂଲ୍ୟରେ ଓ ସି.ଇ.ଡି. ର ଅଧ୍ଯକ୍ଷ ଡଃ ପ୍ରିୟଦର୍ଶୀ ନାୟକଙ୍କ ସଭାପତିତ୍ୱରେ ଭାରତୀୟ ଜାତୀୟ ଶିକ୍ଷାନୀତି-୨୦୨୦ କର୍ମଶାଳା ବୋକାରୋ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ ର ସମ୍ମିଳନୀ କକ୍ଷରେ ଉଦ୍ଦଘାଟିତ ହୋଇଯାଇଅଛି । ଏହି ଭାରତୀୟ ଜାତୀୟ ଶିକ୍ଷା ନୀତି କର୍ମଶାଳା ରେ ଓଡ଼ିଶା, ବିହାର, ଝାରଖଣ୍ଡ ଓ ଛତିଶଗଡ଼ ରାଜ୍ଯ ଗୁଡିକରୁ ସିବିଏସଇ ଆଫିଲିଏଟେଡ୍ ସ୍କୁଲ ଗୁଡିକର ଅଧ୍ଯକ୍ଷ/ ଅଧ୍ଯକ୍ଷା, ସମ୍ପାଦକ, ଶିକ୍ଷକ , ଶିକ୍ଷୟିତ୍ରୀ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ଏହି କର୍ମଶାଳାରେ ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନ ର ଉନ୍ନତି ପାଇଁ ଭାରତୀୟ ଜାତୀୟ ଶିକ୍ଷା ନୀତି -୨୦୨୦ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇ ଥିଲା।

ଶିକ୍ଷାବର୍ଷ ୨୦୨୫-୨୬ ମସିହା ପାଇଁ ସିବିଏସଇ ବୋର୍ଡ ପରୀକ୍ଷା ନିମନ୍ତେ ପ୍ରଣୟନ କରାଯାଇ ଥିବା ନିତୀ ନିୟମ ଗୁଡିକୁ ପାଳନ କରିବା ପାଇଁ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏହି ଭାରତୀୟ ଜାତୀୟ ଶିକ୍ଷା ନୀତି କର୍ମଶାଳା ରେ ମୁଖ୍ଯ ଅତିଥି ଭାବେ ହଜାରିବାଗ୍ ବିଶ୍ବବିଦ୍ୟାଳୟର ଉପକୁଳପତି ପ୍ରଫେସର ଚନ୍ଦ୍ର ଭୂଷଣ ଶର୍ମା, ମୁଖ୍ଯ ବକ୍ତା ଭାବେ ବୋକାରୋର ର ଡେପୁଟି କମିଶନର ତଥା ଭାରତୀୟ ପ୍ରସାଶନିକ ଅଧିକାରୀ ଅଜୟନାଥ ଝା ଓ ସମ୍ମାନୀତ ଅତିଥି ଭାବେ ମନୋସ୍ତୋତବିତ୍ ଡଃ ଚିନୁ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଭାରତୀୟ ଜାତୀୟ ଶିକ୍ଷା ନୀତି କର୍ମଶାଳା ରେ ବିଭିନ୍ନ ରାଜ୍ଯର ଶିକ୍ଷାନୁଷ୍ଠାନ ଗୁଡିକର ଶିକ୍ଷାକ୍ଷେତ୍ର ରେ ଅତୁଳନୀୟ ଗୁଣାତ୍ମକ ଶିକ୍ଷାଦାନ ଅବଦାନ ପାଇଁ ଶିକ୍ଷାନୁଷ୍ଠାନର ମୁଖ୍ଯ ମାନଙ୍କୁ ମାନପତ୍ର, ପ୍ରମାଣପତ୍ର , ଟ୍ରଫି, ଉତ୍ତରୀୟ ଓ ଫୁଲତୋଡ଼ା ସମସ୍ତ ଅତିଥି ମାନେ ପ୍ରଦାନ କରି ସମ୍ବଦ୍ଧିତ କରିଥିଲେ । ଏହି କର୍ମଶାଳାରେ ଓଡ଼ିଶା ରାଜ୍ଯର ବୋଲଗଡ଼ ଶିକ୍ଷା ବ୍ଲକ ଅନ୍ତର୍ଗତ ରାଜସୁନାଖଳା ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଅଧ୍ଯକ୍ଷା ରୀକରାଣୀ ପଟ୍ଟନାୟକଙ୍କୁ ମୁଖ୍ଯ ଅତିଥି ପ୍ରଫେସର ଚନ୍ଦ୍ର ଭୂଷଣ ଶର୍ମା ଭାରତ ଗୌରବ ସମ୍ମାନରେ ସମ୍ମାନୀତ କରି ମାନପତ୍ର, ପ୍ରମାଣପତ୍ର, ଉତ୍ତରୀୟ, ଟ୍ରଫି ଓ ଫୁଲତୋଡ଼ା ଦେଇ ସମ୍ବଦ୍ଧିତ କରିଥିଲେ।

ବ୍ୟୁରୋ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।



